ବସ୍ତିରୁ ସହର ଜୀବନୀକୁ ନେଇ ଏକ ଭିନ୍ନଧରଣର ଓଡିଆ ଚଳଚ୍ଚିତ୍ର ‘କ୍ରିଷ୍ଣା’

ବସ୍ତିର ପିଲାମାନଙ୍କ ଭିତରେ ମଧ୍ୟ ଲୁଚି ରହିଛି ଅନେକ ପ୍ରତିଭା। ଯାହା ବହୁତ କମ୍ ବାହାରକୁ ଆସିପାରୁଛି। ଏହି ବସ୍ତିରୁ କିଛି ପିଲାଙ୍କୁ ନେଇ ଏକ ଡ୍ୟାନସ୍ ଗ୍ରୁପ କରିଥିଲେ ଡ୍ୟାନସର କ୍ରିଷ୍ଣା ମୋହନ ରେଡ୍ଡୀ। ତାଙ୍କର ଏହି ଗ୍ରୁପ ବମ୍ବେଠାରେ ଇଣ୍ଡିଆ ଗଟ୍ ଟାଲେଣ୍ଟ ରେ ସଫଳ ମଧ୍ୟ ହୋଇଥିଲା। ସେ ବସ୍ତିରୁ ମୁମ୍ବାଇ ଏହି ଦୀର୍ଘ ଯାତ୍ରାକୁ ନେଇ ଏକ ଚଳଚ୍ଚିତ୍ର ‘କ୍ରିଷ୍ଣା’ ପ୍ରସ୍ତୁତ କରିଛନ୍ତି। ଯାହା ଏପ୍ରିଲ୨୬ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟିର ପ୍ରଯୋଜକ, ଲେଖକ, ନାୟକ ନିଜେ କ୍ରିଷ୍ଣା ରେଡ୍ଡୀ ରହିଛନ୍ତି। କିଭଳି ବସ୍ତିରେ ରହିଥିବା ସବୁ ପ୍ରତିଭାଶାଳୀ ଯୁବକ ନିଜର ପ୍ରତିଭା ଦେଖାଇବା ପାଇଁ ଏକ ମାଧ୍ୟମ ପାଇପାରିବେ ସେହି ଦିଗରେ କାର୍ଯ୍ୟ କରିବା କ୍ରିଷ୍ଣା ରେଡ୍ଡୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିବ ବୋଲି ସେ କହିଥିଲେ। ଆଜି ରେଡକ୍ରସ୍ ଭବନଠାରେ ୟୁ ଏସ୍ ଆଇ ଓ ପ୍ରିନ୍ସ୍ ଡ୍ୟାନସ୍ ଗ୍ରୁପ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୟୁ ଏସ୍ ଆଇ ଫାଉଣ୍ଡେସନର ଅଧ୍ୟକ୍ଷ ବନୋଜ ତ୍ରିପାଠୀ, ଆବାହକ ପ୍ରତୀକ୍ଷା ମିଶ୍ର, କ୍ରିଷ୍ଣା ଚଳଚ୍ଚିତ୍ରର ନିର୍ମାତା କ୍ରିଷ୍ଣା ରେଡ୍ଡୀ, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଉପେନ୍ଦ୍ର ବେହେରା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>