ଚୈତ୍ରପର୍ବ ଅବସରରେ ବେଣ୍ଟ ଶିକାରକୁ ଯାଇ ଶିକାରୀର ଜୀବନ ଗଲା

ମାଲକାନଗିରି ଜିଲ୍ଲା ଖଇରପୁଟ ଅନ୍ତର୍ଗତ ରାସବେଡା ପଞ୍ଚାୟତ ସିନ୍ଧିଗୁଡା ଗ୍ରାମର ଏକ ଅଭାବନୀୟ ମୃତ୍ୟୁ ଘଟଣା ଦେଖିବାକୁ ମିଳିଛି।ସନିଆ ମିରଗମ୍ (ବୟସ୨୮)ମଙ୍ଗଳବାର ଦିନ ସକାଳ୧୧ଟା ସମୟ ରେ ଆଦିବାସୀ ଙ୍କ ପରମ୍ପରା ଅନୁସାରେ ଚୈତ୍ରପର୍ବ ପାଳନ ଅବସରରେ ବେଣ୍ଟ ବା ଶିକାର କରି ଯାଇଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।ଆଖ ପାଖ ତିନିଚାରଟି ଗ୍ରାମରୁ ପ୍ରାୟ ୩୫ରୁ୪୦ଜଣ ଏହି ବେଣ୍ଟ ଶିକାର ସାମିଲ ହୋଇଥିବା ବେଳେ ଜଙ୍ଗଲ ମଧ୍ୟରେ ହଠାତ ଏହି ଘଟଣା ଘଟିଯାଇ ଥିଲା। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଜଙ୍ଗଲରେ ଜନ୍ତୁ ମାରିବା ସମୟ ରେ ଚାରିଦିଗରୁ ଘେରାଉ କରି ନିଜ ନିଜର ଧନୁତୀର କୁ ଯୋଖି ପଶୁ ଶିକାର କରିବା ଅବସ୍ଥାରେ ହଠାତ ଅପର ପକ୍ଷରୁ ଦୁଇଟି ତିର ଆସି ସନିଆ ମିରଗମ୍ ଙ୍କ ବାମ ହାତ କାଖ ତଳେ ଗଳି ଯାଇଥିଲା ଯାହା ଫଳରେ ସେ ଘଟଣାସ୍ତଳରେ ମୃତ୍ୟୁ ବରଣ କରିଥିଲେ। ଏହି ମୃତ୍ୟୁକୁ ସନ୍ଦେହ କରି ତାଙ୍କ ପରିବାର ତରଫରୁ ଦାଦା ମଙ୍ଗଳା ଖିଲ କୁଡୁମୁଲୁଗୁମ୍ମା ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ଙ୍କ ନିକଟରେ ଅଭିଯୋଗ କରିଥିଲେ।ପୋଲିସ୍ ଘଟଣା ସ୍ତଳକୁ ଯାଇ ମୃତ୍ୟୁର କାରଣତଦନ୍ତ କରିବା ସହ IPC 304ରେ ଦଫା ରୁଜୁ କରି ଶବ ବ୍ୟବଚ୍ଛେଦ କରିବା କୁ ପଠାଇ ଥିଲେ ।

ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>