୭୨ ଜଣ ପ୍ରାର୍ଥୀ ଦାଗୀ, ବାପ-ପୁଅ ସବୁଠୁ ଧନୀ ପ୍ରାର୍ଥୀ : ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ରିପୋର୍ଟ

ଭୁବନେଶ୍ବର : ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟର ୪୧ ବିଧାନସଭା ଆସନ ପାଇଁ ନିର୍ବାଚନ ରଣାଙ୍ଗନରେ ଥିବା ମୋଟ ୩୩୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୨ଜଣ ଦାଗୀ। ଏହା ବ୍ୟତୀତ ଏହି ପର୍ଯ୍ୟାୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୬୦. ୩୪ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ୧୦୪ କୋଟି ଟଙ୍କାର ସମ୍ପତ୍ତି ସହ ସବୁଠାରୁ ଧନୀ ସାଂସଦ ପ୍ରାର୍ଥୀ।

ଶେଷ ପର୍ଯ୍ୟାୟ ଭୋଟ୍ ଆସନ୍ତା ୨୯ତାରିଖରେ ରାଜ୍ୟର ୬ଟି ଲୋକସଭା ଓ ୪୧ ବିଧାନସଭା ଆସନରେ ହେବ।

ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥୀମାନେ ଦାଖଲ କରିଥିବା ସତ୍ୟପାଠକୁ ଆଧାର କରି ଓଡ଼ିଶା ଇଲେକ୍ସନ୍ ୱାଚ୍ ଓ ଆସୋସିଏସନ୍ ଫର ଡେମୋକ୍ରାଟିକ୍ ରିଫର୍ମ(ଏଡିଆର) ପ୍ରାର୍ଥୀଙ୍କ ସମ୍ପର୍କରେ ଆଜି ଏକ ବିସ୍ତୃତ ରିପୋର୍ଟ ଜାରି କରିଛି। ସେଥିରେ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି, ଶିକ୍ଷାଗତ ଯୋଗ୍ୟତା, ଆର୍ଥିକ ସ୍ଥିତି, ଲିଙ୍ଗ ଓ ଅନ୍ୟାନ୍ୟ ଦିଗ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>