ଗୋବିନ୍ଦପାଲି ନାବାଳିକା ଦୁଷ୍କର୍ମ ମାମଲା: ଲେଖାଶ୍ରୀଙ୍କ ଅଭିଯୋଗକୁ ପୋଲିସର ଖଣ୍ଡନ

ମାଲକାନାଗିରି : ପୁଣି କଡ ଲେଉଟେଇଲା ମାଲାକାନଗିରିର ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲା । ଗତ 2017ରେ ଗୋବିନ୍ଦପାଲିରେ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାକୁ ନେଇ ପୋଲିସକୁ ଟାର୍ଗେଟ କରିଛି ବିଜେପି ମହିଳା ମୋର୍ଚ୍ଚା । ସେପଟେ ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ମାଲକାନଗିରିର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ।

ପ୍ରକାଶ ଯେ, ଗତ 2017ରେ ଗୋବିନ୍ଦପାଲିରେ ପୀଡାତଙ୍କୁ କଲେଜ ପରିସରରେ ଦୁଷ୍କର୍ମ କରାଯିବା ସହ ତାଙ୍କର ନଗ୍ନ ଫଟୋ ଓ ଭିଡିଓକୁ ଭାଇରାଲ କରାଯାଇଥିଲା । ସେହି ସମୟରେ ପୀଡିତାଙ୍କ ଅଭିଯୋଗ ପରେ ପୋଲିସ ଏହି ମାମଲାରେ କଲେଜର ଅଧ୍ୟାପକ ସମେତ 2ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ଏ ଘଟଣାରେ ଜଡିତ ଥିବା ଅଭିଯୁକ୍ତ ହାଇକୋର୍ଟରୁ ଜାମିନରେ ଆସିଥିଲେ । ଅନ୍ୟପଟେ ନ୍ୟାୟ ନ ପାଇବାରୁ ପୀଡିତା ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏପରିକି ଗତ କିଛି ଦିନ ତଳେ ସେ ଆତ୍ମହତ୍ୟା ଉଦ୍ୟମ କରି ଭୁବନେଶ୍ୱରସ୍ଥିତ ଏମସ୍‌ରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ବିଜେପି ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ପୀଡିତାଙ୍କୁ ମେଡିକାଲରେ ଭେଟି ତାଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ପରେ ଏ ଘଟଣାରେ ଲେଖାଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ମାଲକାନାଗିରି ପୋଲିସର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହି ଗଣ ଦୁଷ୍କର୍ମରେ ଜଡିତ ମୁଖ୍ୟ 2 ଅଭିଯୁକ୍ତକୁ ପୋଲିସ ଗିରଫ କରି ପରବର୍ତ୍ତୀ ସମୟରେ ଛାଡି ଦେଇଥିଲା ।

ପରେ ହାଇକୋର୍ଟଙ୍କ ନିକଟକୁ ଯିବାରୁ କୋର୍ଟଙ୍କ ଆଦେଶ ସତ୍ତ୍ୱେ ପୋଲିସ ଅଭିଯୁକ୍ତଙ୍କୁ ଏଯାଏଁ ଗିରଫ କରି ନାହିଁ ବୋଲି ଲେଖାଶ୍ରୀ ଅଭିଯୋଗ କରିଥିଲେ । ଏହାର ଜବାବ ରଖିଛି ମାଲକାନଗିରି ପୋଲିସ । ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଗଣାମାଧ୍ୟମ ଯୋଗେଁ ଜଣାଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉଦ୍ଧବ ଚରଣ ନାୟକ।

ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>