ଖୁବ୍‌ ଶୀଘ୍ର ନୂଆ ୨୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବ ରିଜର୍ଭ ବ୍ୟାଙ୍କ୍‌

ନୂଆଦିଲ୍ଲୀ: ଖୁବ୍‌ ଶୀଘ୍ର ନୂତନ ୨୦ ଟଙ୍କିଆ ନୋଟ୍‌ ପ୍ରଚଳନ କରିବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌। ମହାତ୍ମା ଗାନ୍ଧୀ ସିରିଜ୍‌ର ଏହି ନୋଟ୍‌ର ରଙ୍ଗ ହେବ ଶାଗୁଆ-ହଳଦି।

ଦେଶର ସାଂସ୍କୃତିକ ଐତିହ୍ୟ ବର୍ଣ୍ଣନାପୂର୍ବକ ନୂଆ ନୋଟ୍‌ର ପଛ ପଟେ ଏଲୋରା ଗୁମ୍ଫାର ଚିତ୍ର ରହିଥିବା କଥା ରିଜର୍ଭ ବ୍ୟାଙ୍କ୍‌ର ବିବୃତିରେ କୁହାଯାଇଛି। ଏହାଛଡ଼ା ଏହାର ଉଭୟ ପାର୍ଶ୍ୱରେ ଅନ୍ୟାନ୍ୟ ବହୁ ଅଙ୍କନ ଓ ଜ୍ୟାମିତିକ ଆକୃତିମାନ ରହିଛି।

 ନୂଆ ନୋଟ୍‌ ସହ ପୁରୁଣା ୨୦ ଟଙ୍କା ନୋଟ୍‌ ବି ଚଳିବ ବୋଲି ରିଜର୍ଭ ବ୍ୟାଙ୍କ୍‌ ବିବୃତିରେ କହିଛି।

ନୋଟ୍‌ ମଝିରେ ମହାତ୍ମା ଗାନ୍ଧୀଙ୍କର ପ୍ରତିକୃତି ଛଡ଼ା ଦେବନାଗରୀ ଲିପିରେ ୨୦ ଛାପା ଯାଇଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>