ତ୍ରିବେଣୀ କପ୍ ୨୦୧୯ ଉଦଯାପିତ : ଶହୀଦ୍ ନଗର ଚମ୍ପିୟନ

ଭୁବନେଶ୍ୱର: 13 ତମ ଦିବା ରାତ୍ର ଟେନିଶ୍ ବଲ କ୍ରିକେଟ ପ୍ରତିଯୋଗିତାରେ ତ୍ରିବେଣୀ କପ 2019ର ଶେଷ ସନ୍ଧ୍ୟାରେ ସହିଦ ନଗର ଟିମ ଲାଇଫ ଲାଇନକୁ ମାତ୍ର ଗୋଟିଏ ୱିକେଟ ପତନରେ ହରାଇ ତ୍ରିବେଣୀ କପ 2019ର ଟାଇଟେଲକୁ ହାତେଇ ନେଇଛି। ଟଚ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ମନସ୍ଥ କରିଥିଲେ ଲାଇଫ ଲାଇନ ଟିମ। 6 ଓଭର ମଧ୍ୟରେ 6 ଟି ୱିକେଟ ପତନରେ 44 ରନ କରିଥିବା ବେଳେ ସହିଦ ନଗର ଟିମ ମାତ୍ର 4 ଓଭର 2 ଟି ଵଲରେ ମାତ୍ର ଗୋଟିଏ ୱିକେଟ ବିନିମୟରେ 48 ରନ କରି ଟାଇଟେଲକୁ ହାତେଇ ନେଇଛି। ତ୍ରିବେଣୀ କପ 2019ର ଏହି ଉଦ୍ଯାପନୀ ଦିବସରେ ତ୍ରିବେଣୀ ଗ୍ରୁପ ଅଫ ମାଇନିଂର ନିର୍ଦେଶକ ଶ୍ରୀ ସାଗର ରଞ୍ଜନ ସ୍ୱାଇଁ ଏବଂ ପୂର୍ବତନ କର୍ପୋରେଟର ଶ୍ରୀମତୀ ମାନସୀ ରାଣୀ ସୁନ୍ଦରାୟ ବିଜୟୀ ଦଳକୁ ଟ୍ରଫି ଦେଇ ଏହି ପ୍ରତିଯୋଗିତାର ସମାପନ କରିଥିଲେ। ଏହା ସହ ପଙ୍କଜ କୁମାର ଦାସ, ଅଜୟ ସାହୁ, ନିତ୍ୟାନନ୍ଦ, ରଶ୍ମି (ବରିଷ୍ଠ ଆଇନଜୀବୀ ) ଏବଂ ତ୍ରିବେଣୀ ପ୍ରତିଯୋଗିତାର ସମସ୍ତ ଆୟୋଜକଙ୍କ ସହ ସମସ୍ତ ଖେଳାଳି ବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>