ନକ୍ସଲ ଦମନ ର ନୂଆ ଚାଲ୍, ଚୂଳ ରୁ ନୁହଁ ମୂଳ ରୁ ମାରିବାକୁ ଯୋଜନା

ଲାଲ ବାହୀନି ଙ୍କୁ ଚାଲେଞ୍ଜ ।ନକ୍ସଲ ଙ୍କ ଦୁର୍ଗ ଭେଦିବାକୁ ଆକ୍ସନ ପ୍ଲାନ୍। ଯବାନଙ୍କର ପ୍ରଥମ ରଣନୀତି ସଫଳ।। ନିଜ ଉଦ୍ୟମରେ ଝୁଲା କାଠ ପୋଲ ଟିକୁ ତିଆରି କରିଛନ୍ତି କେନ୍ଦ୍ରୀୟ ସୁରକ୍ଷା ବଳ CRPF। ଏହା ଦ୍ୱାରା ଲୋକଙ୍କ ର ଯାତାୟତ ତ ସହଜ ହୋଉଛି। ଆଉ କମ୍ବିଂ ପାଇଁ ଦୁର୍ଗମ ଅଞ୍ଚଳ ମଧ୍ୟ ଯାଇ ପାରୁଛନ୍ତି ଯବାନ। ଏହି ଝୁଲା କାଠ ପୋଲ ରହିଛି ଛତିଶଗଡ଼ କିସ୍ତାରାମ ବ୍ଲକ ର ଧର୍ମ ଫେଣ୍ଟା ରେ। କାଠ ପୋଲ ହେବା ଦ୍ୱାରା ଧର୍ମ ଫେଣ୍ଟା ରୁ ସବୁ ଗାଁ କୁ ସହଜରେ ଯା ଆସ କରି ପାରିଛନ୍ତି ଲୋକେ। ବର୍ଷା ଦିନେ ନାଳ ରେ ପାଣି ରହୁଥିବା ରୁ କିସ୍ତାରାମ ଅଞ୍ଚଳରେ କମ୍ବିଂ ପାଇଁ ଯବାନ ମାନ ଙ୍କୁ ହେଲିକେପ୍ଟର ଆବଶ୍ୟକ ପଡୁଥିଲା। ସେଥି ପାଇଁ ଏଠାରେ ଏକ ଝୁଲା ପୋଲ କରିବାକୁ ଚିନ୍ତା କଲେ ଯବାନ। 217 ଓ 2172 CRPF ବାଟାଲିଅନ୍ ତରଫରୁ ଏହା ନିର୍ମାଣ କରାଯାଇଛି। ଏବେ ଏହା ନିର୍ମାଣ ପରେ କିସ୍ତାରାମ ଅଞ୍ଚଳରେ ଚାଲିଛି ଘନଘନ କମ୍ବିଂ। ଥରହର ଲାଲ୍ ବାହିନୀ। ସବୁ ବେଳେ ଯୋଗଯୋଗ କୁ ବିଛିନ୍ନ କରି କାୟା ବିସ୍ତାର କରନ୍ତି ମାଓବାଦୀ। କିନ୍ତୁ ଏଠି ଯବାନ ମାନେ ଯୋଗାଯୋଗ ର ମାଧ୍ୟମ କରି ନକ୍ସଲ ପନ୍ଥୀ କୁ ଦେଇ ଛନ୍ତି କଡ଼ା ଜବାବ୍।

ମାଲକାନଗିରି ରୁ ସୂରଜ କୁମାର ବେହେରା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>