ସେହତ୍ ଛତୁଆର ଓଡିଶା ବଜାରରେ ପ୍ରବେଶ

ଭୁବନେଶ୍ୱର: ସେହତ୍ ଏନର୍ଜି ଆଣ୍ଡ ଫୁଡ୍ ଉଣ୍ଡଷ୍ଟ୍ରିଜ ପକ୍ଷରୁ ଭିନ୍ନ ଭିନ୍ନ ସ୍ୱାଦର ଛତୁଆ ବଟଲ୍ ଓଡିଶା ବଜାରରେ ପ୍ରବେଶ କରିଛି। ‘ସେହତ୍ ସତୁ’ ନାମରେ ବଜାରରେ ଉପଲବ୍ଧ ଥିବା ପ୍ରତିଟି ୬୦ଗ୍ରାମ ଛତୁଆ ସହିତ ପାଣି ମିଶାଇ ସହଜରେ ପାନୀୟ ଭାବେ ଗ୍ରାହକ ବ୍ୟବହାର କରିପାରିବେ। ଚଳିତ ମଇ ମାସ ମଧ୍ୟରେ ଆବଶ୍ୟକୀୟ ଡିଷ୍ଟ୍ରିବ୍ୟୁଟର ଜରିଆରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସେହତ୍ ସତୁ ଗ୍ରାହକମାନଙ୍କୁ ଉପଲବ୍ଧ ହେବ ବୋଲି କମ୍ପାନୀର ମୁଖ୍ୟ ପ୍ରବନ୍ଧକ ଅବିନାଶ ସିଂ ପ୍ରକାଶ କରିଛନ୍ତି। ଆଗକୁ ଏହାର ପ୍ୟାକେଜିଂ ୟୁନିଟ୍ ସ୍ୱତନ୍ତ୍ର ଭାବେ ଓଡ଼ିଶାରେ ପ୍ରତିଷ୍ଠା କରାଯିବା ସହ ବିଭିନ୍ନ ଭାରତୀୟ ମସଲା ଓ ଲୁଣିଭାଜି ଇତ୍ୟାଦୀର ପ୍ରାୟ ଷାଠିଏଟି ଭିନ୍ନ ଭିନ୍ନ ଆଇଟମ ବଜାରକୁ ଛାଡିବାର ଲକ୍ଷ୍ୟ ରଖିଛି କମ୍ପାନୀ। ବୁଟଚୁନା ସହିତ ଆମ୍ବ, ଚକୋବେରୀ, ଜିରା, କମଳା ଇତ୍ୟାଦିର ଭିନ୍ନ ଭିନ୍ନ ସ୍ୱାଦର ମିଶ୍ରଣରେ ମିଳିବାକୁ ଥିବା ଛତୁଆ ସମ୍ପୂର୍ଣ୍ଣ କେମିକାଲମୁକ୍ତ ଅଟେ। ଡାଇବେଟିସ୍, ବ୍ଲଡପ୍ରେସର, ଅଲସର, ଓଜନହ୍ରାସ ଇତ୍ୟାଦିରେ ଉପାଦେୟ ଏହି ଛତୁଆ ବୟସ୍କ ବ୍ୟକ୍ତି, ପିଲା ଓ ଗର୍ଭଧାରିଣ ମାଆମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ବୋଲି ମୁଖ୍ୟ ପ୍ରବନ୍ଧକ ଶ୍ରୀ ସିଂ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

IMG_20190501_195835

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>