ବଙ୍ଗୀୟ ଚିତ୍ରଶିଳ୍ପୀଙ୍କ ଚିତ୍ରକଳା ପ୍ରଦର୍ଶନୀ ବାର୍ଡସ୍‌ ଆଇ ଭିଉ

ଭୁବନେଶ୍ବର : ସ୍ଥାନୀୟ ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ ଠାରେ ୨୩ ଜଣ ବଙ୍ଗୀୟ ଚିତ୍ରଶିଳ୍ପୀଙ୍କ ବଛାବଛା ପ୍ରାୟ ୫୦ ଟି ଚିତ୍ରକଳାକୁ ନେଇ  ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି୤ ଯୁବ ଚିତ୍ରଶିଳ୍ପୀ ଅବିର ଚୌଧୁରୀଙ୍କ ମାନବ ଜୀବନର କ୍ରମବିବର୍ତ୍ତନକୁ ନେଇ ଗଭୀର ଅନୁଶୀଳନର ଛବି ଦର୍ଶକଙ୍କୁ ଚିନ୍ତାମଗ୍ନ ହେବାକୁ ବାଧ୍ୟ କରୁଥିବା ବେଳେ, ଅନ୍ୟ ଜଣେ ଚିତ୍ରକାର ଭରତ ଦାସଙ୍କ ଅଙ୍କିତ ସିଟି ଲାଇଫ୍‌ ପରିବର୍ତ୍ତିତ ସମୟର ହାଲ୍‌କା ଫୁଲ୍‌କା ମୁହୁର୍ତ୍ତକୁ ବେଶ ସୁନ୍ଦର୍ ଭାବେ କାନ୍‌ଭାସରେ ଫୁଟାଇପାରିଛି୤ ସୁଦୁର କଲିକତାରୁ ଆସି ଓଡିଶାରେ ନିଜର ଚିତ୍ରକଳା ପ୍ରଦର୍ଶିତ କରୁଥିବା ଏହି କଳାକାର ଗ୍ରୁପ୍‌ ନିଜର ଚିତ୍ରକଳା ମାଧ୍ୟମରେ ସମସ୍ତଙ୍କର ମନ ଜିଣିପାରିଛନ୍ତି୤ ଏହି ପ୍ରଦର୍ଶନୀ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ୤

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>