ଆଧୁନିକ ଚିକିତ୍ସା ବିଜ୍ଞାନରେ ଜ୍ୟୋତିଷଶାସ୍ତ୍ରର ବ୍ୟବହାର : ଡାକ୍ତରଖାନାରେ ରୋଗୀଙ୍କ ଜାତକ ଦେଖି କରାଯାଉଛି ଚିକିତ୍ସା

ଜୟପୁର : ଆଧୁନିକ ଚିକିତ୍ସା ବିଜ୍ଞାନରେ ଜ୍ୟୋତିଷଶାସ୍ତ୍ରର ବ୍ୟବହାର କରୁଥିବା ଏକ ନିଆରା ଡାକ୍ତରଖାନା ରାଜସ୍ଥାନର ଜୟପୁରରେ ନିର୍ମାଣ କରାଯାଇଛି। ଯାହାର ନାମ ରହିଛି ସଙ୍ଗୀତା ମେମୋରିଆଲ ହସ୍ପିଟାଲ। ଏଠାରେ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ଜ୍ୟୋତିଷ ବିଜ୍ଞାନ କେବଳ ଯେ, ରୋଗକୁ ଚିହ୍ନିବାରେ ସହାୟକ ହେଉଛି ତା’ନୁହେଁ, ରୋଗୀଙ୍କ କାଉସେଲିଂରେ ବି ଫଳପ୍ରଦ ହୋଇପାରୁଛି। ଜୟପୁରର ବୈଶାଳୀ ନଗର ଇଲାକାରେ ଅବସ୍ଥିତି ଏହି ହସ୍ପିଟାଲର ସର୍ଜନ ଡା. ମହେଶ କହନ୍ତି, ଆମେ ଜ୍ୟୋତିଷ ଏବଂ ଚିକିତ୍ସା ବିଜ୍ଞାନର ତାଳମେଳ ସଠିକ୍‌ କରିବା ପାଇଁ ପ୍ରୟାସ କରୁଛୁ। ଭାରତୀୟ ସଂସ୍କୃତିରେ ଚିକିତ୍ସା ବିଜ୍ଞାନର ମହତ୍ତ୍ୱ ବେଶ୍‌ ରହିଛି। ହସ୍ପିଟାଲରେ ଜଣେ ଜ୍ୟୋତିଷ ଶାସ୍ତ୍ରୀ ରହିଛନ୍ତି ଯିଏ ରୋଗୀଙ୍କ ଜାତକ ଦେଖିଥାନ୍ତି। ଏଠାରେ ଜ୍ୟୋତିଷ ଶାସ୍ତ୍ରର ପ୍ରୟୋଗ କେବଳ ରୋଗ ନିରୂପଣ ଏବଂ ଯାଞ୍ଚ ପାଇଁ ହୋଇଥାଏ ବୋଲି ସେ କହିଛନ୍ତି। କିନ୍ତୁ ଚିକିତ୍ସା ମେଡିକାଲ ସାଇନ୍ସ ଅନୁସାରେ ହୋଇଥାଏ। ମେଡିକାଲ ସାଇନ୍ସ ଏବଂ ଜ୍ୟୋତିଷଶାସ୍ତ୍ର ମିଶାଇ ଏକ ନୂଆ କୋର୍ସ ସଙ୍ଗୀତା ହସ୍ପିଟାଲ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି। ଯାହାର ନାମ ‘ଆଷ୍ଟ୍ରୋନୋମିକାଲ ସାଇନ୍ସେଜ୍‌’ ହେବ ବୋଲି ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>