ରାଇଜିଂ ଷ୍ଟାରରେ ବିଜୟୀ ପାଇଁ ଅନନ୍ୟାଙ୍କୁ ଭୋଟିଂ କରିବାକୁ ଅନୁରୋଧ କରିଛି ସ୍ୱରାଭିଷେକ ଅନୁଷ୍ଠାନ

ଭୁବନେଶ୍ୱର: କଲର୍ସ ଟିଭିରେ ପ୍ରସାରିତ ରିୟାଲିଟି ସୋ ରାଇଜିଂ ଷ୍ଟାରରେ ଓଡିଶାର ପ୍ରତିଯୋଗୀ ତଥା ସଂଗୀତ ଜଗତର ଅନନ୍ୟ ପ୍ରତିଭା ଅନନ୍ୟା ଶ୍ରୀତମ୍ ନନ୍ଦ ଭାଗ ନେଇ ବର୍ତ୍ତମାନ ଶ୍ରେଷ୍ଠ ୬ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି୤ ଆଜି ଏହାକୁ ନେଇ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦରେ ସାଂସ୍କୃତିକ ଅନୁଷ୍ଠାନ ସ୍ୱରାଭିଷେକ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଅୟୋଜନ ହୋଇଥିଲା୤ ଅନନ୍ୟାଙ୍କୁ ବିପୁଳ ସଂଖ୍ୟାରେ ଭୋଟିଂ କରି ଶୀର୍ଷରେ ପହଞ୍ଚାଇବାକୁ ଅନୁଷ୍ଠାନ ତରଫରୁ ସମଗ୍ର ଓଡିଶାବାସୀଙ୍କୁ ଅନୁରୋଧ କରିଥିଲେ୤ ଆଉ ଗୋଟିଏ ସପ୍ତାହ ପରେ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ୤

“ଅନନ୍ୟାଙ୍କୁ ଭୋଟ କରିବା ପାଇଁ ଆପଣମାନେ ନିଜ ନିଜ ଫୋନରେ ପ୍ଲେ ଷ୍ଟୋରରୁ ଭୁଟ୍ ଆପ୍ ଡାଉଲଡ୍ କରି ଅନନ୍ୟା ଗାଉଥିବା ସମୟରେ ଲାଇଭ୍ ଭୋଟିଂ କରିପାରିବେ୤ ଲାଇଭ୍ ଭୋଟିଂ କରିବାକୁ ଭୁଟ୍ ଆପ୍ ରେ ଲଗ୍ ଇନ୍ କରି ସୋ ଆରମ୍ଭ ହେବା ଆଗରୁ ଚେକ୍ଇନ୍ କରିନିଅନ୍ତୁ ଏବଂ ଅନନ୍ୟା ଗାଉଥିବା ସମୟରେ ଗ୍ରୀନ୍ ସ୍ୱାଇପ୍ କରି ଭୋଟ କରନ୍ତୁ୤”

ad8fa32d-92f6-40ea-97a0-00f2a1782ea5

 

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>