ମନଇଚ୍ଛା ଫି ବୃଦ୍ଧିକୁ ନେଇ ୩ ବିଦ୍ୟାଳୟକୁ ନୋଟିସ୍‌ ଜାରି

ଭୁବନେଶ୍ବର : ଜାଭିୟର ସ୍କୁଲ୍‌ ଫି ବୃଦ୍ଧିକୁ ନେଇ ପାଇଥିବା ଝଟକା ପରେ ଏବେ ପୁଣି ୩ଟି ସ୍କୁଲ୍‌କୁ ରାଜ୍ୟ ସରକାରଙ୍କର କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ୤ ବକ୍ସି ଜଗବନ୍ଧୁ ଇଂରାଜୀ ବିଦ୍ୟାଳୟ, ନାରାୟଣ ଇଂରାଜି ବିଦ୍ୟାଳୟ ଓ ଗାଇଡାଏନ୍ସ ଇଂରାଜୀ ବିଦ୍ୟାଳୟମାନଙ୍କୁ ତା ୨୯.୦୫-୨୦୧୯ରିଖ ଦିନ ନିର୍ଦ୍ଦେଶକ,ଉଚ୍ଚ ମାଧ୍ୟମିକ ଶିକ୍ଷା କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି ୤ ଉକ୍ତ ନୋଟିସ୍‌ରେ ଉପରୋକ୍ତ ବିଦ୍ୟାଳୟର ଅଭିଭାବକ ସଂଘମାନେ ଅଭିଯୋଗ କରିଥିଲେ ଓ ସଂଘମାନଙ୍କ ଅଭିଯୋଗକୁ ଗୁରୁତର ସହିତ ବିଚାର କରି କାହିଁକି ଏନ୍‌ଓସି (ସ୍ବୀକୃତିପ୍ରାପ୍ତ ପତ୍ର) ପ୍ରତ୍ୟାହାର କରାନଯିବ ନୋଟିସ୍‌ ଜାରି କରିଛନ୍ତି୤ ନାରାୟଣ  ବିଦ୍ୟାଳୟର ନବମ ଶ୍ରେଣୀ ଓ ଦଶମ ଶ୍ରେଣୀ ପାଇଁ ସ୍ବୀକୃତିପ୍ରାପ୍ତ ଗ୍ରହଣ କରିନଥିବା ମଧ୍ୟ ଏହି ନୋଟିସ୍‌ରେ ଦର୍ଶାଯାଇଛି, ଏହି ବିଦ୍ୟାଳୟ ୩୦%ରୁ ୫୦% ଫି ବୃଦ୍ଧି କରିଥିବାର ପ୍ରକାଶ୤ ସେହିପରି ବକ୍ସି ଜଗବନ୍ଧୁ ଇଂରାଜୀ ବିଦ୍ୟାଳୟର ୧୦.୭୩% ରୁ ୧୪.୫୬% ବୃଦ୍ଧି କରିଥିବାର ସୂଚନା ମିଳିଛି ଓ ଗାଇଡାଏନ୍ସ ଇଂରାଜୀ ବିଦ୍ୟାଳୟର ମଧ୍ୟ ୧୮% ଉର୍ଦ୍ଧ୍ବ ଫି ବୃଦ୍ଧି କରିଛି୤ ସରକାରଙ୍କ ଦ୍ବରା ଗଠିତ ଏଫ୍‌ଆରସି କମିଟି ରିପୋର୍ଟ ବଳରେ ସର୍ବାଧିକ ୮% ଫି କରିପାରିବେ୤ କିନ୍ତୁ ତାହାକୁ ନ ମାନି ମନଇଚ୍ଛା ବୃଦ୍ଧି କରିଥିବାରୁ ଅଭିଭାବକ ମହାସଂଘ ବାରମ୍ବାର ଅଭିଯୋଗ କରିଆସୁଥିଲା୤ ଏହା ଉପରେ ସ୍ବର ଉତ୍ତୋଳନ କରିବେ ବୋଲି ଅଭିଭାବକ ମହାସଂଘର ଅଧ୍ୟକ୍ଷ ଶ୍ରୀ ବାସୁଦେବ ଭଟ୍ଟ ପ୍ରକାଶ କରିଛନ୍ତି୤ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ଏହିସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବରର ସଂଯୋଜକ ଭୂମୋହନ ପଟ୍ଟ୍ନାୟକ, ସହ ଅଧ୍ୟକ୍ଷ ସତ୍ୟବ୍ରତ ପରିଜା, ପ୍ରସନ୍ନ ବିଷୋୟୀ, ଉପସଭାପତୀ ସତ୍ୟବ୍ରତ ବିସ୍ବାଳ,ସମ୍ପାଦକ ନୃସିଂହ ସାହୁ, ନାରାୟଣ ବିଦ୍ୟାଳ୍ୟର ଆଶୁତୋଷ ନନ୍ଦ, ଶୁଭଦୀପା ମହାନ୍ତି, ସୁଜାତା ପାଣିଗ୍ରାହୀ, ଗଇଡାଏନ୍ସ ବିଦ୍ୟାଳୟର ଶିଶିର କୁମାର ମହାନ୍ତି, ଏସ୍‌. ଏ. ରେହମାନ, ବକ୍ସି ଜଗବନ୍ଧୁ ବିଦ୍ୟାଳୟର ଆଶୁରଞ୍ଜନ କୁମାର ଦାସ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ୤

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>