ଓଡିଶାର ପ୍ରତିଭା ମାନଙ୍କୁ ଆନ୍ତଜାର୍ତିକ ସ୍ତରରେ ସୁଯୋଗ ଦେବା ଲକ୍ଷ୍ୟରେ ଟିଭିଏଫ୍‌ ର ଅଫିସିଆଲ କାଷ୍ଟିଙ୍ଗ ପାର୍ଟନର ହେଲା ୱେ ଟୁ ଷ୍ଟାର

ଭୁବନେଶ୍ବର : ଓଡିଶାର ପ୍ରଥମ କାଷ୍ଟିଙ୍ଗ ଏଜେନ୍ସି ଭାବେ ପରିଚୟ ସୃଷ୍ଟି କରିଥିବା ୱେ ଟୁ ଷ୍ଟାର ଆଜିଠୁ ମୁମ୍ବଇର ପ୍ରସିଦ୍ଧ ଗ୍ଲାମର ଏଜେନ୍ସି ଟିଭିଏଫ୍‌  ସହ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିଛି୤ ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ୱେ ଟୁ ଷ୍ଟାରର ମୁଖ୍ୟ ଆର.କେ.ମିତ୍ର ଏବିଷୟରେ ସବିଶେଷ ସୁଚନା ଦେଇଥିଲେ୤ ଓଡିଶାର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ଅନ୍ତଜାର୍ତିକ ସ୍ତରରେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବାର ସୁଯୋଗ ଦେବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ୱେ ଟୁ ଷ୍ଟାର ଏଜେନ୍ସି ଆଜି ତାର ସଫଳତାରେ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କରିଛି୤ ମାତ୍ର ୮ ମାସ ତଳେ ଭୁବନେଶ୍ବରରେ ଆର.କେ.ମିତ୍ରଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ଏଜେନ୍ସି ଫ୍ୟାସନ, ଗ୍ଲାମର ଓ ଅଭିନୟ ସହ ପ୍ରାୟ ୨୮ଟି କ୍ଷେତ୍ରରେ ଋଚି ରଖୁଥିବା ପ୍ରତିଭାମାନଙ୍କୁ ଆନ୍ତଜାର୍ତିକ ପ୍ଲାଟ୍‌ଫର୍ମର ସୁଯୋଗ ଦେଇଆସିଛି୤ ମୁମ୍ବଇର ଖ୍ୟାତିସମ୍ପନ୍ନ ଟିଭିଏଫ୍‌ କାଷ୍ଟିଙ୍ଗ ଏଜେନ୍ସିର ଅଫିସିଆଲ କାଷ୍ଟିଙ୍ଗ ପାର୍ଟନର ହେବା ସହିତ ଏଠିକାର ପ୍ରତିଭା ମାନେ ବାହାରେ କାମ କରିବାର ସୁଯୋଗ ପାଇପାରିବେ୤ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରିନ୍ସ ଡ୍ୟାନସ୍‌ ଗ୍ରୁପ୍‌ର କ୍ରିଷ୍ନା ରେଡ୍ଡି ଉପସ୍ଥିତ ଥିଲେ୤

way2star (2)

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>