ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା: ସ୍ତ୍ରୀ ଉପରେ କିରୋସିନ ଢାଳି ନିଆଁ ଲଗାଇଲା ନିଶାସକ୍ତ ସ୍ଵାମୀ

ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାର ହାଟପଦା ନିକଟରେ ନିଶା ଶକ୍ତ ସ୍ଵାମୀ ନିଜ ସ୍ତ୍ରୀ ଉପରକୁ କିରୋସିନ ଢାଳି ନିଆ ଲଗାଇଦେଇଛି । ଗତକାଲି ରାତିରେ ଉଭୟ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ୟକ୍ତ ସ୍ଵାମୀ ନିଶାଶକ୍ତ ସ୍ଵାମୀ ରାଗିଜାଇ ନିଜ ସ୍ତ୍ରୀ ଉପରକୁ କିରୋସିନ ଢାଳି ନିଆ ଲଗାଇଦେଇଥିଲା । ଏହାପରେ ମହିଳାଙ୍କ ପରିବାର ଲୋକେ ଖବର ପାଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଧାର କରି ମେଡିକାଲ ନେଇଥିଲେ । ପରିବାର ଲୋକଙ୍କ ପକ୍ଷରୁ ଏନେଇ ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରାଯିବା ପରେ ପୋଲିସ ଆହତ ମହିଳାଙ୍କ ସ୍ଵାମୀ ଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଛି । ମହିଳାଙ୍କ ଶରୀର ପ୍ରାୟ 60ଭାଗ ପୋଡିଯାଇଥିବା ବେଳେ ତାଙ୍କ ଅବସ୍ତା ସଙ୍କଟାପର୍ଣ ରହିଛି ।

 

Suraj kumar behera

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>