‘ଦେଖା ହେଲା ପ୍ରେମ ହେଲା’ ର ଶୁଭ ମହୁରତ

ଭୁବନେଶ୍ବର : ଆର୍.ଆର୍.ଇଭେଣ୍ଟସ୍ ର ନୁଆ ଓଡିଆ ଫିଲ୍ମ ‘ଦେଖା ହେଲା ପ୍ରେମ ହେଲା’ ର ଶୁଭ ମହୁରତ ଆଜି ସ୍ଥାନୀୟ ହୋଟେଲ ସ୍ବସ୍ଥି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି। ଜଣାଶୁଣା ନିର୍ଦ୍ଦେଶକ ରମେଶ ବାରିକଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଯାଉଥିବା ଏହି ଫିଲ୍ମ ଦର୍ଶକଙ୍କ ମନକୁ ଛୁଇଁବ ଏବଂ  ଶୁଭାଶିଷ, ଅଭିଷେକ ଓ ରାଗିଣୀଙ୍କ ପରଦା ଉପରେ ସୁନ୍ଦର କେମେଷ୍ଟ୍ରି ସିନେମା ହଲ୍ କୁ ଦର୍ଶକକୁ ଟାଣିବ ବୋଲି ପ୍ରଡକସନ ହାଉସର କର୍ମକର୍ତ୍ତାମାନେ ବେଶ୍  ଆଶାବାଦୀ। ଏହି ଅବସରରେ ଆର୍.ଆର୍.ଇଭେଣ୍ଟସ୍ ର ମୁଖ୍ୟ ଅମିତ ବାରିକ, ଆଥଲେଟ୍ ଦୁତି ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

IMG_20190610_132202

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>