ମାଲକାନଗିରି: ଜାତିଗତ ପ୍ରମାଣ ପତ୍ର ନ ମିଳିବାରୁ ଶିକ୍ଷାରୁ ବଞ୍ଚିତ ଛାତ୍ର ଛାତ୍ରୀ

ମାଲକାନଗିରି: ମାଓଗଡ ରୂପେ ପରିଚିତ ମାଲକାନଗିରି ଜିଲ୍ଲାରେ ଶିକ୍ଷାର ପ୍ରଚାର ପ୍ରସାର କରି ମାଓଗଡ କୁ ଧ୍ଵଂସ କରିବା ପାଇଁ ସରକାର ମାଳ ମାଳ ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ଯୋଜନା ଗୁଡିକୁ ସୂଚାରୁ ରୂପେ ତୁଲାଇ ପାରୁନାହାନ୍ତି ମାଲକାନଗିରି ଜିଲ୍ଲା ପ୍ରଶାସନ । ଯାହାର ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ଦୋରାଗୁଡ଼ା ଗ୍ରାମରେ । ଗ୍ରାମରେ ପ୍ରାୟ 40ରୁ ଊର୍ଦ୍ଧ୍ଵ ପରିବାର ବସବାସ କରନ୍ତି । ତେବେ ଗ୍ରାମର ପ୍ରତିଟି ପରିବାର ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ ସେମାନଙ୍କୁ ସରକାରି ସ୍ତରରେ ମିଳିଛି ବିଭିନ୍ନ ସୁବିଧା । କିନ୍ତୁ ବର୍ତମାନ ଏଠାକାର ଲୋକଙ୍କୁ ଜାତିଗତ ପ୍ରମାଣ ପତ୍ର ମିଳିନଥିବାରୁ ଏମାନଙ୍କ ପିଲାଏ ପାଠ ପଢାରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ଏନେଇ ଗ୍ରାମବାସୀ ଓ ପିଲାଏ ବହୁ ସରକାରୀ କର୍ଜ୍ୟାଳୟ କୁ ଦଉଡି ଦଉଡି ନୟାନ୍ତ ହେବାପରେ ବି ଫଳଘର କିନ୍ତୁ ଶୂନ। ଜାତିଗତ ପ୍ରମାଣ ପତ୍ର ନଥିବା ହେତୁ ଶିକ୍ଷାରୁ ବଞ୍ଚିତ ହୋଇ ବହୁ ଯୁବକ ଯୁବତୀ ବର୍ତମାନ ଦିନମଜୁରିଆ ଭାବେ କାମ କରୁଥିବା ବେଳେ ଯେଉଁମାନଙ୍କ ପାଠ ପଢା ବନ୍ଦ ହେବାକୁ ଯାଉଛି ସେମାନେ ପ୍ରଶାସନ ପ୍ରତି ଅତିଷ୍ଠ ହୋଇ ମାଓବାଦୀ ରୂପେ କାମ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ମାଓଗଡ ବିରୋଧରେ ଜନ ସାଧାରଣଙ୍କୁ ସଚେତନ କରାଉଥିବା ସରକାରୀ କଳର ଅବହେଳା ଯୋଗୁଁ ବର୍ତମାନ ଅନେକ କୋମଳ ମତି ଶିଶୁ ମାଓବାଦ ପ୍ରତି ଆକୃଷ୍ଟ ହେବା ଜିଲ୍ଲା ପାଇଁ ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଦୋରାଗୁଡ଼ା ଗ୍ରାମବାସୀଙ୍କୁ ବହୁ ସରକାରୀ ସୁବିଧା ମିଳିଛି ସତ, ହେଲେ ସେ ସବୁ ସୁବିଧା ବର୍ତମାନ ଗ୍ରାମବାସୀଙ୍କ ଏହି ସମସ୍ୟା ଆଗରେ ପାଣିର ଗାର ସଦୃଶ ହୋଇଥିବା ଗ୍ରାମବାସୀ ମାନେ ମତ ରଖିଛନ୍ତି । ତେବେ ଘଟଣାକୁ ମାଲକାନଗିରି ତହସିଲଦାରଙ୍କ ପାଖରେ କୁହାଯାଇଥିଲା । ଖବର ପାଇବା ପରେ ସେ ତୁରନ୍ତ ଦୋରାଗୁଡା ଗ୍ରାମକୁ ଯାଇ ତଦନ୍ତ କରିବା ପାଇଁ ପ୍ରତିଶୃତି ଦେବା ସହ ଜିଲ୍ଲାରେ ଜାତିଗତ ପ୍ରମାଣ ପତ୍ର ଅଭାବରୁ କେହି ବି ଶିକ୍ଷାରୁ ବଞ୍ଚିତ ହେବେ ନାହି ବୋଲି ସେ ମତ ରଖିଛନ୍ତି ।

IMG-20190614-WA0005

 

Suraj Kumar Behera

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>