ନିଉୟର୍କ ଫ୍ୟାସନ ଉଇକ୍‌ରେ ଆଇଏନ୍‌ଆଇଏଫ୍‌ଡିର ଛାତ୍ରଛାତ୍ରୀଙ୍କ ଡିଜାଇନ୍‌ ପ୍ରଦର୍ଶିତ

ଭୁବନେଶ୍ବର : ଇଣ୍ଟରନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫ୍ୟାସନ୍‌ ଡିଜାଇନ୍‌, ଭୁବନେଶ୍ବରର ସଫଳତାରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି| ଗତ ଫେବ୍ରୂଆରୀରେ ଆୟୋଜିତ ନିଉୟର୍କ ଫ୍ୟାସନ ଉଇକ୍‌ରେ ଆଇଏନ୍‌ଆଇଏଫ୍‌ଡିର ୫ ଜଣ ଛାତ୍ରଛାଟ୍ରୀଙ୍କ ଦ୍ବାରା ପ୍ରସ୍ତୁତ  ଡିଜାଇନ୍‌ ପ୍ରଦର୍ଶିତ ହୋଇଛି| ପ୍ରିୟବ୍ରତ ମହାପାତ୍ର, ରିଶିକା ଜେନା, ପଲ୍ଲବୀ ଷଡଙ୍ଗୀ, ଦିବ୍ୟାଶା ବିଶ୍ବାଳ ଏବଂ ଅଦିତି କୁମାରଙ୍କ ଦ୍ବାରା ପ୍ରସ୍ତୁତ ଡିଜାଇନ୍‌ ଏହି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଫ୍ୟାସନ ମହାକୁମ୍ଭରେ ସ୍ଥାନ ପାଇବା ନିଶ୍ଚିନ୍ତ ଭାବେ ଆମ ପାଇଁ ଗର୍ବର ବିଷୟ ଏବଂ ଏହା ଆଗକୁ ଆମ ଛାତ୍ରଛାତ୍ରୀଙ୍କୁ ନିଶ୍ଚିନ୍ତ ଭାବେ ପ୍ରେରଣା ଯୋଗାଇବ ବୋଲି ଆଇଏନ୍‌ଆଇଏଫ୍‌ଡିର ନିର୍ଦ୍ଦେଶକ ଆଶୁତୋଷ ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି| ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ୫ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>