ଇତିହାସ ପାଲଟିଲା ଛାଡ଼ପତ୍ର : ‘ଆମାଜନ୍‌ର’ ନିର୍ମାତା ଜେଫ୍‌ ବେଜୋସ୍‌ ପତ୍ନୀ ମ୍ୟାକ୍‌କେଞ୍ଜି ବେଜୋସ୍‌ଙ୍କୁ ଛାଡ଼ପତ୍ର ଅର୍ଥ ବାବଦରେ ଦେଲେ ଆମେରିକୀୟ ଡଲାରରେ ୩୮ ବିଲିୟନ୍‌

ନୂଆଦିଲ୍ଲୀ: ବିଶ୍ୱର ଧନୀ ବ୍ୟକ୍ତି ତଥା ଇ-କମର୍ସ କମ୍ପାନି ‘ଆମାଜନ୍‌ର’ ନିର୍ମାତା ଜେଫ୍‌ ବେଜୋସ୍‌ ୨୬ ବର୍ଷ ବୈବାହିକ ଜୀବନ କାଟିବା ପରେ ପତ୍ନୀ ମ୍ୟାକ୍‌କେଞ୍ଜି ବେଜୋସ୍‌ଙ୍କୁ ଛାଡ଼ପତ୍ର ଦେବା ପ୍ରସଂଗ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। କାରଣ ଛାଡ଼ପତ୍ର ପରେ ସ୍ୱାମୀଙ୍କଠାରୁ ମହିଳାମାନେ ନେଉଥିବା ଭରଣପୋଷଣ ଅର୍ଥ ବାବଦରେ ଜେଫ୍‌ଙ୍କ ପତ୍ନୀ ସର୍ବାଧିକ ରାଶି ପାଉଥିବା ନେଇ ଚର୍ଚ୍ଚା ହେଉଛି।

ଜାଣିବାକୁ ମିଳିଛି ଯେ ମ୍ୟାକ୍‌କେଞ୍ଜି ତାଙ୍କର ଆଗାମୀ ଜୀବନ ପାଇଁ ପତିଙ୍କଠାରୁ ଆମେରିକୀୟ ଡଲାରରେ ୩୮ ବିଲିୟନ୍‌ ରାଶି ପାଉଛନ୍ତି। ୪୯ ବର୍ଷୀୟା ଏହି ମହିଳା ଜଣେ ଲେଖିକା ମଧ୍ୟ। ସେ ୧୯୯୩ ମସିହାରେ ଜେଫ୍‌ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ଏହି ଦମ୍ପତିଙ୍କର ୪ ଜଣ ପିଲା ଅଛନ୍ତି। ଗତ ଏପ୍ରିଲ୍‌ରେ ତାଙ୍କ ଛାଡ଼ପତ୍ର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିଲା। ମ୍ୟାକ୍‌କେଞ୍ଜିଙ୍କ ଭରଣାପୋଷଣ ରାଶି ଏବେ ଇତିହାସ ପାଲଟିଛି। ପୂର୍ବରୁ କେହି ବି ପତ୍ନୀ ଏତେ ସଂଖ୍ୟକ ରାଶି ଛାଡ଼ପତ୍ର ପରେ ପତିଙ୍କଠାରୁ ପାଇନାହାନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>