ଭୁବନେଶ୍ବରରେ ଖୋଲିଲା ‘ହୋମ୍ ଟାଉନ୍‌’ : ଉଦ୍‌ଘାଟନୀ ଅଫରରେ ୫୦-୬୦% ପର୍ଯ୍ୟନ୍ତ ରିହାତି

ଭୁବନେଶ୍ବର: ଫ୍ୟୁଚର୍‌ ଗ୍ରୁପ୍‌ର ଏକ ଅଂଶ ପ୍ରାକ୍ସିସ୍ ହୋମ୍ ରିଟେଲ୍‌ ଲିମିଟେଡ୍‌ ପକ୍ଷରୁ ସତ୍ୟନଗର ଜନପଥରେ ‘ହୋମ୍ ଟାଉନ୍‌’ର ଏକ ବିଶାଳ ସୋ’ ରୁମ୍ ଖୋଲାଯାଇଛି। ପନ୍ଦର ହଜାର ବର୍ଗଫୁଟର ଏହି ବହୁତଳ ବିଶିଷ୍ଟ ସୋ’ରୁମ୍‌ରେ ଘର ପାଇଁ ଦରକାର ସବୁ ପ୍ରକାର ସାମଗ୍ରୀ ଯଥା ସାଜ୍ଜସଜା ଉପକରଣ, ଇଲେକ୍ଟ୍ରୋନିକ୍ସ, ଆବସବାବପତ୍ର, ମଡ୍ୟୁଲାର କିଚେନ୍, ୱାଡରୋବ୍ ଆଦି ସବୁ କିଛି ଗୋଟିଏ ଛାତ ତଳେ ବିକ୍ରି କରାଯାଉଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂପାନିର ସିଓଓ ସୁମିତ ମିଧା କହିଛନ୍ତି ଯେ, ଆଗାମୀ ଦିନରେ କଂପାନି ଏହି ଷ୍ଟୋର୍‌ରେ ବାଥ୍‌ରୁମ୍ ଉପକରଣ ବିକ୍ରି କରିବ। ଉଦ୍‌ଘାଟନୀ ଅଫରରେ ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ଉପରେ ୫୦-୬୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି। ସର୍ବଭାରତୀୟ ସ୍ତରରେ କଂପାନି ସର୍ବାଧିକ ଆସବାବପତ୍ର ବିକ୍ରି କରୁଛି। ଏଠାରେ ମଧ୍ୟ କଂପାନି ସମାନ ସଫଳତା ପାଇବାକୁ ଆଶା ରଖିଛି। ଏହି ଅବସରରେ କଂପାନିର ମହାପ୍ରବନ୍ଧକ ସୌମ୍ୟଜିତ ବାନାର୍ଜୀ ଓ ଷ୍ଟୋର୍‌ ମୁଖ୍ୟ ସନ୍ତୋଷ ହୋତା ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>