ସ୍ମାର୍ଟ ସିଟିରେ ଖୋଲିଲା ସ୍ଲିମ୍‌ ଓ ୱେଲ୍‌ନେସ୍‌ କ୍ଲିନିକ ‘CHARM’

ଭୁବନେଶ୍ବର : ଗତ କିଛି ବର୍ଷ ମଧ୍ୟରେ ସ୍ମାର୍ଟ ସିଟିରେ ଲୋକଙ୍କ ଜୀବନଶୈଳୀରେ ଆସିଛି ଏକ ବଡ ପରିବର୍ତ୍ତନ | ଫ୍ୟାସନ୍‌ ଓ ଗ୍ଲାମରର ଚାହିଦା ବଢିବା ସଙ୍ଗେସଙ୍ଗେ ଫିଟ୍‌ ରହିବାର ନୁଆ ଟ୍ରେଣ୍ଡ ବର୍ତ୍ତମାନ ଆରମ୍ଭ ହୋଇଯାଇଛି ସହରରେ| ସୌନ୍ଦର୍ଯ୍ୟ ସହ ସୁସ୍ଥ ରହିବାର ପଦ୍ଧତ୍ତିକୁ ବେଶ୍‌ ଆପଣେଇଲେଣି ରାଜଧାନୀ ଭୁବନେଶ୍ବରର ବାସିନ୍ଦା| ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରହିବା ପାଇଁ ବୟସ୍କ ଲୋକମାନେ ଯୋଗ କ୍ଲାସ ସହ ମର୍ଣ୍ଣି ୱାକକୁ ପସନ୍ଦ କରୁଥିବା ବେଳେ ରାଜଧାନୀର ଯୁବପିଢି ଜିମ୍‌ ସେଣ୍ଟରରେ ଭିଡ ଜମାଇବାରେ ଦେଖିବାକୁ ମିଳୁଛି| କର୍ମଜଞ୍ଜାଳ ଓ ବ୍ୟସ୍ତ ଜୀବନଶୈଳୀ ଯୋଗୁ ବହୁ ଲୋକ ମଧ୍ୟ ଏସବୁ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି| ଆଉ ଏହି ବର୍ଗର ଲୋକଙ୍କ ଅସୁବିଧାକୁ ଆଖିଆଗରେ ରଖି ରାଜଧାନୀ ଭୁବନେଶ୍ବରରେ ଏବେ କିଛି ଫିଟ୍‌ ସେଣ୍ଟର ସହ ୱେଲ୍‌ନେସ୍‌ କ୍ଲିନିକ୍‌ ମଧ୍ୟ ଖୋଲିଗଲାଣି|IMG20190630112014

ଏହି କ୍ରମରେ ଭୁବନେଶ୍ବରରେ ଖୋଲିଛି ସ୍ଲିମ୍‌ ଓ ୱେଲ୍‌ନେସ୍‌ କ୍ଲିନିକ୍‌ ଚାର୍ମ| ଓଲିଉଡ୍‌ର ଅନ୍ୟତମ ପପୁଲାର ଷ୍ଟାର୍‌ ସବ୍ୟସାଚୀ ଏହି ସେଣ୍ଟରକୁ ଉଦ୍‌ଘାଟନ କରିଥିଲେ| ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ ଭାବେ ପରିଚିତ ଖାରବେଳନଗର ଜନପଥରେ ଖୋଲିଛି ଏହି ଅତ୍ୟାଧୁନିକ ଶୈଳୀର ସେବା ଯୋଗାଉଥିବା କ୍ଲିନିକ| ବିଭିନ୍ନ ପ୍ରକାର ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ନେଇ ଏଠାରେ ଦିଆଯାଉଛି ଭିନ୍ନ ଭିନ୍ନ ପ୍ରକାରର ଚିକିତ୍ସା| ସମ୍ପୁର୍ଣ୍ଣ ଶରୀରର ମୋଟାପଣ ଦୁରକରିବା ସହ ଏକ ନିର୍ଦ୍ଧିଷ୍ଟ ଅଙ୍ଗର ସ୍ଲିମ୍‌ ପାଇଁ ମଧ୍ୟ ଏଠାରେ ଉପଚାର କରାଯାଉଛି| ବିଶ୍ବସ୍ତରୀୟ ଅତ୍ୟାଧୁନିକ ମେସିନ ବ୍ୟବହାର ସାଙ୍ଗକୁ ଅଭିଜ୍ଞ ଥେରାପିଷ୍ଟ ମାନଙ୍କ ଦ୍ବାରା ବିଭିନ୍ନ ବର୍ଗର ଲୋକଙ୍କୁ ସଠିକ୍‌ ସେବା ଯୋଗାଇ ଦିଆଯାଉଛି| ଏହି କ୍ଲିନିକରେ ଏକାଥରେ ପ୍ରାୟ ୧୪ ଜଣ ବ୍ୟକ୍ତିଙ୍କୁ ଚିକିତ୍ସା ପ୍ରଦାନ କରିପାରିବାର ସୁବିଧା ରହିଛି| ଖାଦ୍ୟପେୟରେ ନିୟନ୍ତ୍ରଣ ରଖି କିଭଳି ଜଣେ ସୁସ୍ଥ ଓ ନୀରୋଗ ଜୀବନଯାପନ କରିପାରିବ ସେ ବିଷୟରେ ଅଭିଜ୍ଞ ଡାଏଟିସିଆନ ମାନଙ୍କ ଦ୍ବାରା ପରମର୍ଶ ମଧ୍ୟ ଦିଆଯାଉଛି|

ଚାର୍ମ ସେଣ୍ଟରର ମୁଖ୍ୟ ନଳିନୀକାନ୍ତ ମିଶ୍ରଙ୍କ ସୁଚନା ଅନୁସାରେ, ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ ଅଭିଜ୍ଞତା ସମ୍ପନ୍ନ ମିସ୍‌ ପରମଜିତ୍‌ କୌର ୱେଲନେସ୍ ର ମୁଖ୍ୟ ପରାମର୍ଶଦାତା ଭାବେ ଆମ ସହ ଯୋଗ ଦେଇଛନ୍ତି| ଏହା ଦ୍ବାରା ଆମ ଥେରାପିଷ୍ଟ ମାନଙ୍କୁ ଚିକିତ୍ସା କ୍ଷେତ୍ରରେ ଉଚିତ ଜ୍ଞାନ କୌଶଳ ପ୍ରୟୋଗର ସଠିକ ପରାମର୍ଶ ମିଳିବା ସହ ଆମର ଗ୍ରାହକ ମାନଙ୍କୁ ଏକ ଉନ୍ନତମାନର ସେବା ପ୍ରଦାନ କରିବାରେ ବହୁତ ସାହାର୍ଯ୍ୟ କରିବ| ଆଗାମୀ ଦିନରେ ଆମେ ସରକାରୀ ଓ ଦେଶର ବିଭିନ୍ନ କର୍ପୋରେଟ୍‌  ସଂସ୍ଥା ମାନଙ୍କ ସହ ଚୁକ୍ତି ମାଧ୍ୟମରେ ସେମାନଙ୍କର କର୍ମଚାରୀ ମାନଙ୍କୁ ଏହି ସେବା ଯୋଗାଇଦେବାର ଲକ୍ଷ୍ୟ ରଖିଛୁ|

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>