ମହିଳା ଦନ୍ତ ପରିଷଦର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର 6/7 – ମହିଳା ଦନ୍ତ ପରିଷଦର ଷଷ୍ଠ ବାର୍ଷିକ ଉତ୍ସବ ହୋଟେଲ ମାରିଅନ ଠାରେ ଅନୁଷ୍ଠିତ ହୋଇଯାଇଛି ଦାନ୍ତର ସୁରକ୍ଷା କୁ ଆଖି ଆଗରେ ରଖି ଦନ୍ତ ବିଶେଷଜ୍ଞ ମାନେ ବିଭିନ୍ନ ସମୟରେ ବହୁ ଗୁରୁତ୍ୱପୂର୍ଣ ତଥ୍ୟ ଜନସାଧାରଣଙ୍କ ପାଖରେ ପହଞ୍ଚେଇଥାନ୍ତି |ଏହାର ଗୁରୁତ୍ୱ ଆହୁରି ଅଧିକରୁ ଅଧିକ ସହଜସାଧ୍ୟ ହେବାପାଇଁ ଇଣ୍ଡିଆନ ଡେଣ୍ଟାଲ ଆସୋସିଏସନ (ଆଇ. ଡି. ଏ. )ର ଓଡିଶା ଶାଖା ମହିଳା ପ୍ରତିନିଧି ଡା .ଲିପସା ପଣ୍ଡା ଏବଂ ଡ.ଈପସିତା ମହାନ୍ତି ମହିଳା ଦନ୍ତ ପରିଷଦ(ଓମେନ ଡେଣ୍ଟାଲ କାଉନସିଲ )ର ଷଷ୍ଠ ବାର୍ଷିକ ଉତ୍ସବ କୁ ସୁଚାରୁରୂପେ ପରିଚାଳନା କରିଛନ୍ତି | ଏହି ସମ୍ମିଳନୀରେ ବହୁ ବିଦ୍ୱାନ ଡାକ୍ତର ଜୋଡନା ଦେଇ ନିଜର ଅଭିଜ୍ଞତା ,ନୂଆ ଟେକ୍ନୋଲୋଜି ର ପ୍ରୟୋଗ ଉପରେ ଗୁରୁତ୍ୱ ଦେଇ ଓଡ଼ିଶାରେ ଦାନ୍ତ ରୋଗରୁ ସମସ୍ତ ଓଡିଶା ବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତିବଦ୍ଧ ବୋଲି ମତପ୍ରକାଶ ପାଇଛି | ଏହି ସମ୍ମିଳନୀକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଉଦଘାଟନ କରି କହିଲେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଥିବାବେଳେ ଆଜିର ଆୟୋଜନ ମୋତେ ବିସ୍ମିତ କରିଛି ଡାକ୍ତରୀ ସେବା କୁ ଆସୁଥିବା ମହିଳାମାନେ 75ଭାଗରୁ 60 ଭାଗ ସେବାରେ ରହୁଥିବାବେଳେ କିପରି ମହିଳାମାନେ 100ଭାଗ ଏହି ସେବାରେ ରହିବେ ଏହା ଉପରେ “ଓମେନ ଡେଣ୍ଟାଲ କାଉନସିଲ″ ଅଧିକରୁ ଅଧିକ କାମକରୁ ବୋଲି ପ୍ରୋତ୍ସାହିତ କରିଥିଲେ | ଉକ୍ତ ଉତ୍ସବ ରେ ବହୁ ଶିକ୍ଷାବିତ ,ସମେତ ଶତାଧିକ ମହିଳା ଦନ୍ତ ସର୍ଜନ ଯୋଗ ଦେଇଥିଲେ ଇଣ୍ଡିଆନ ଡେଣ୍ଟାଲ ଆସୋସିଏସନ ର ଓଡିଶା ଶାଖା ସଭାପତି ଡ଼,ସୁଭାଷ ଚନ୍ଦ୍ର ରାଜ ଏବଂ ସମ୍ପାଦକ ସଂଗ୍ରାମ ପାତ୍ର ସଂମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ | ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ମହିଳା ମାନଙ୍କୁ ସମ୍ମାନିତ କରାଯାଇଥିଲା କରାଯିବ ଏବଂ ଜୀବନବ୍ୟାପି ସାଧନା ନିମନ୍ତେ ଜଣେ ବରିଷ୍ଠ ମହିଳା ଦନ୍ତ ସର୍ଜନ ଡ଼.ଲୋପାମୁଦ୍ରା ମିଶ୍ର ଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧନା ଦିଆଯାଇଥିଲା ସେହିପରି ନିଜ ଜୀବନରେ ନିଜକୁ ବହୁ ରୋଗରେ ପୀଡିତ ଥାଇବି କିପରି ଜୀବନ ସହ ଲଢ଼ି ସଫଳତା ପାଇହୁଏ ସେହି ମହିଳା ସଂଯୁକ୍ତ ପଟନାୟକ ଙ୍କୁ ଲେଡି ଫାଇଟର ଭାବେ ବିଶେଷ ଭାବେ ସଂମ୍ମାନିତ କରାଯାଇଥିଲା , ସେହିପରି ଓ଼ମେନ ଫୁଟବଲ ଟିମର କାପଟେନ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଙ୍କୁ ସଂମ୍ମାନିତ କରାଯାଇଥିଲା | ଏପରିକି ଉଦଘାଟନୀ କାର୍ଯ୍ୟକ୍ରମ ଠାରୁ ସେମିନାର ,ଫେସନ ଡ଼ିଭା ଡେଂଟିଷ୍ଟ ପ୍ରତିଯୋଗିତାରେ ଦୁଇ ଜଣକୁ ପୁରସ୍କୃତ କରାଯାଇଥିଲା | ବିଭିନ୍ନ କ୍ଷେତ୍ରରୁ ବହୁ ବ୍ୟବସାୟ ପ୍ରତିଷ୍ଠାନ ବି ଏହି ସମ୍ମିଳନୀ ସ୍ଥଳରେ ନିଜର ବ୍ୟବସାୟ ଷ୍ଟଲ ପକେଇଥିଲେ ଏବଂ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଉଥିଲା ବୋଲି ଡ. ଲିପସା ପଣ୍ଡା ଜଣାଇଛନ୍ତି |IMG_20190706_190852

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>