ସାମାଜିକ ସଙ୍ଗଠନ ହେଲ୍ପମେଟ୍‌ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ବର : ଅଗ୍ରଣୀ ସେଚ୍ଛାସେବୀ ସଙ୍ଗଠନ ହେଲ୍ପମେଟ୍‌ ର ବାର୍ଷିକ ଉତ୍ସବ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଅଛି| ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଏବଂ ଡ.ବଦ୍ରିନାଥ ପଟ୍ଟନାୟକ ଯୋଗ ଦେଇଥିଲେ| ଉପସ୍ଥିତ ଅତିଥି ମାନେ ବିଶେଷକରି ଭାଷାର ପ୍ରଚାର ଓ ପ୍ରସାର ସମ୍ପର୍କରେ ସେମାନଙ୍କର ବହୁମୁଲ୍ୟ ମତ ରଖିଥିଲେ|

ଏହି ଉତ୍ସବ ଅବସରରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ପୁସ୍ତକ ଆଲୋଚନା ଆସର ଆୟୋଜିତ ହୋଇଥିଲା| ଏଥିରେ ବରିଷ୍ଠ ଲେଖକ ଡ.ଶାନ୍ତନୁ ଆଚାର୍ଯ୍ୟ, ଶ୍ରୀଯୁକ୍ତ ରମାକାନ୍ତ ରଥ ଓ ଡ. ବିଭୁତି ପଟ୍ଟନାୟକଙ୍କ ଲିଖିତ ପୁସ୍ତକ ଉପରେ ଡ. ବିଷ୍ନୁପ୍ରିୟା ଓତା, ପ୍ରଫେସର ଶକ୍ତି ମହାନ୍ତି, ଡ.ଅଜୟ ସ୍ବାଇଁ ଆଲୋଚନା କରିଥିଲେ| ଏହା ସହ ବନ୍ଧୁତା ପତ୍ରିକାର ଦ୍ବିତୀୟ ସଙ୍କଳନ ଉନ୍ମୋଚିତ ହେବା ସଙ୍ଗେସଙ୍ଗେ ରାଜ୍ୟସ୍ତରୀୟ ବକୃତା ଓ କୌତୁକିଆ ପୋଷାକ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା|

ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ଶ୍ରୀଯୁକ୍ତ ସରୋଜ ରଞ୍ଜନ ପଟ୍ଟନାୟକ, ଅଞ୍ଜଳୀ ତ୍ରୀପାଠୀ, ଚମକଚାନ୍ଦିନୀ ଦାଶ, ବାସନ୍ତୀ ଦାସ, ସୌଦାମୀନି ସାମନ୍ତରାୟ, ନିରୁପମା କର, ଆରତୀ ମହାନ୍ତୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା| ସଙ୍ଗଠନର ସଭାପତି ମଞ୍ଜୁଳା ତ୍ରିପାଠୀ ଓ ସମ୍ପାଦିକା ନିବେଦିତା ଭଞ୍ଜଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନର ବବିତା ମହାନ୍ତି, ଚିତ୍ର ମିଶ୍ର, ଲିନା ମିଶ୍ର, ପ୍ରଜ୍ଞା ମହାନ୍ତି, ସି.ଭି.ରାମା ରାଓ ଓ ଅଭିଜିତ୍‌ ଦିକ୍ଷିତ୍‌ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ|

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>