ଦେଶର ୨୫୫ ଜିଲାର ୭୫୬ ସହରରେ ଜଳ ସଙ୍କଟ

ନୂଆଦିଲ୍ଲୀ: ଦେଶର ୨୫୫ ଜିଲାର ୭୫୬ ସହରରେ ତଥା ୧,୫୯୭ ବ୍ଲକ୍‌ରେ ଜଳ ସଙ୍କଟ ଦେଖାଦେଇଛି। ସେଥିମଧ୍ୟରେ ତାମିଲନାଡୁର ସର୍ବାଧିକ ସହର ରହିଛି। ତାମିଲନାଡୁର ୨୭ଟି ଜିଲାରେ ଥିବା ୧୮୪ ସହରରେ ଜଳ ସଙ୍କଟ ଧୀରେ ଧୀରେ ଉତ୍କଟ ହେବାରେ ଲାଗିଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ରାଜସ୍ଥାନର ୨୯ ଜିଲାର ୧୧୧ଟି ସହରରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ସେହିପରି ଉତ୍ତରପ୍ରଦେଶର ୩୫ ଜିଲାରେ ଥିବା ୮୪ ସହରରେ ଏହିପରିି ସ୍ଥିତି ରହିଛି। ପଞ୍ଜାବର ୨୦ ଜିଲାର ୮୨ଟି ସହରରେ ସମାନ ଅବସ୍ଥା ଅଛି। କର୍ନାଟକର ୧୮ ଜିଲାର ୫୭ ସହରରେ ଜଳ ସଙ୍କଟ ଲାଗି ରହିଥିବା ଏହି ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>