ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି : ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଆର୍ଥିକ ଅନଗ୍ରସର ବ୍ୟକ୍ତିତ୍ୱଙ୍କୁ ମିଳିବ ମାସିକ ୧୦,୦୦୦ ଟଙ୍କାର ସହାୟତା ରାଶି

ଭୁବନେଶ୍ୱର:  ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତିା ସଂସ୍କୃତିବିଭାଗର ଏହି ପ୍ରସ୍ତାବକୁ  ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର ପ୍ରତିଭା ସଂପନ୍ନବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ସ୍ୱରୂପ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତିା  ଏହି ଭତ୍ତା ପାଇଁ  ଯୋଗ୍ୟବ୍ୟକ୍ତିତ୍ୱଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ
ନିର୍ଦ୍ଦେଶ ଦିଆଯାଇଛିା

କିଛିଦିନ ତଳେ ଗଣମାଧ୍ୟମରେ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ଦୈତାରୀ ନାୟକଙ୍କ ବିଷୟରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ କି ତାଙ୍କର  ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି
ବିଭାଗ ପକ୍ଷରୁ ଓଡ଼ିଶାରେ କେତେଜଣ ପଦ୍ମଶ୍ରୀ  ସମ୍ମାନ ପ୍ରାପ୍ତବ୍ୟକ୍ତିତ୍ୱ ଅଛନ୍ତି ସେମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା।

ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ଯାଏଁ  ୮୪ ଜଣ ପଦ୍ମଶ୍ରୀ ସମ୍ମାନ ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛିା ଅବଶିଷ୍ଟ ଯେଉଁମାନେ କର୍ମମୟ ଜୀବନଯାପନ କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଳ୍ପକିଛି ବ୍ୟକ୍ତିଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ ବୋଲି ଜଣାପଡ଼ିଛିା ଏହି ବ୍ୟକ୍ତିତ୍ୱମାନଙ୍କର ଦୈନନ୍ଦିନ ଜୀବନ ଭରଣପାଷଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ମର୍ମରେ ନିଷ୍ପତ୍ତି ନେଇଛନ୍ତିା ଖୁବ୍ ଶୀଘ୍ର ଏହି ବ୍ୟକ୍ତିତ୍ୱମାନଙ୍କୁ ଆର୍ଥିକ ସହାୟତା ଦିଆଯିବ। ଏହାଦ୍ୱାରା ଦୈତାରୀ ନାୟକଙ୍କ ପରି ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତବ୍ୟକ୍ତିମାନଙ୍କର ଅବସ୍ଥାରେ ଉନ୍ନତି ଆସି ପାରିବା

ସୂଚନାଯୋଗ୍ୟ, ଦୈତାରୀ ନାୟକ ନିଜ ଉଦ୍ୟମରେ କେଉଁଝର ଜିଲ୍ଲାର ଜଳସେଚନ ରହିତ ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍ ସୃଷ୍ଟି କରି ୨୦୧୮ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>