ମାଓବାଦୀଙ୍କ ଜୀବନ କାହାଣୀ ଉପରେ ପୋଲିସ ବିଭାଗ ପକ୍ଷରୁ ନିର୍ମିତ ହେଉଛି ଫିଲ୍ମ; ମୁଖ୍ୟ ଭୂମିକାରେ ଏସ୍‌ପି, ଶହେରୁ ଅଧିକ ପୋଲିସ କର୍ମଚାରୀ କରିବେ ଅଭିନୟ

ବିଳାସପୁର : ମାଓବାଦୀଙ୍କ ଜୀବନ କାହାଣୀ ଉପରେ ଛତିଶଗଡ଼  ପୋଲିସ ପକ୍ଷରୁ ଏକ କ୍ଷୁଦ୍ର ଫିଲ୍ମ ନିର୍ମାଣ କରାଯିବା ଯୋଜନା କରାଯାଇଛି। ଏଥିରେ ଏସ୍‌ପି ଡ. ଅଭିଷେକ ପଲ୍ଲବ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି କୁହାଯାଉଛି। ଫିଲ୍ମରେ ଶହେରୁ ଅଧିକ ପୋଲିସ କର୍ମଚାରୀ ଅଭିନୟ କରିବେ। ଏହାର କାହାଣୀକାର ଏବଂ ଗୀତିକାର ହେଉଛନ୍ତି ଏସ୍‌ପି ସୂରଜ ସିଂ ପରିହାର। ଯୁବବର୍ଗଙ୍କୁ କିଭଳି ପ୍ରଲୋଭିତ କରି ମାଓବାଦୀ ସଂଗଠନରେ ସାମିଲ୍‌ କରାଯାଉଛି ଏବଂ ପରବର୍ତ୍ତୀ ସମୟରେ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଫିଲ୍ମରେ ଦୃଶ୍ୟାଙ୍କନ କରାଯିବ। ୧୦ ମିନିଟର ଏହି କ୍ଷୁଦ୍ର ଫିଲ୍ମରେ ମାଓବାଦୀ ସଂଗଠନରେ ସାମିଲ ନ ହେବାକୁ ସଚେତନ କରାଯିବ। ଫିଲ୍ମ ନାମ କରଣ ‘ସୁବହ କା ସୂରଜ’ ଭାବେ କରାଯାଇଛି। ଏହାର ଶୁଟିଂ କାରଲିର ଘନ ଜଙ୍ଗଲରେ କରାଯିବ। ବୋଲି ଏସ୍‌ପି ସୂଚନା ଦେଇଛନ୍ତି। ଫିଲ୍ମରେ ମାଓବାଦୀଙ୍କ ମୁଖିଆ ଭାବେ ଅଭିନୟ କରିବାକୁ କୋଲକତାରୁ ଜଣେ ଅଭିନେତାଙ୍କୁ ଅଣାଯିବାର ଯୋଜନା ରହିଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>