ଆର୍‌.କେ ମାର୍ବଲ୍ସର ନୁତନ ଟାଇଲ୍‌ ଓ ମାର୍ବଲ ସୋରୁମ୍‌ ଉଦ୍‌ଘାଟିତ : ରାଜ୍ୟର ସର୍ବବୃହତ ସୋରୁମ୍‌ର ମାନ୍ୟତା ହାସଲ କରିବ

ଭୁବନେଶ୍ବର : ଆଜି ରାଜ୍ୟର ସୁପରିଚିତ ଆର୍‌.କେ ମାର୍ବଲ୍ସ କମ୍ପାନୀ ତରଫରୁ ସର୍ବବୃହତ ଟାଇଲ୍‌ ଓ ମାର୍ବଲ ସୋରୁମ୍‌ ଖୋଲାଯାଇଛି| ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ ଭାବେ ପରିଚିତ ନୟାପଲ୍ଲୀ ଠାରେ ପ୍ରାୟ ୧୨ ହଜାରରୁ ଉର୍ଦ୍ଧ ପରିମିତି ଜାଗା ଉପରେ ନିର୍ମିତ ଏହି ବିଶାଳ ଦୁଇ ମହଲା ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ସୋ ରୁମ୍‌ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି| ଉଦ୍‌ଘାଟନ ଉତ୍ସବରେ ସୋରୁମ୍‌ର ମୁଖ୍ୟ ହର୍ଷ ଟେକେରିୱାଲ୍‌ ଓ ରାଜେଶ କୁମାର ଅଗ୍ରୱାଲ୍‌ ଉପସ୍ଥିତ ଥିଲେ| ସାମ୍ବାଦିକ ମାନଙ୍କୁ ସୁଚନା ଦେଇ ଶ୍ରୀ ଟେକେରିୱାଲ୍‌ କହିଥିଲେ କି, ଆର୍‌ କେ ମାର୍ବଲ୍ସ ୧୯୯୬ ମସିହାରୁ ଦୀର୍ଘ ୨୩ ବର୍ଷ ଧରି ମାର୍ବଲ ଓ ଟାଇଲ୍ସ କାରବାର ବେଶ୍‌ ସଫଳତାର ସହ କରିଆସୁଥିବା ବେଳେ ଏହି ନୁତନ ସୋରୁମ୍‌ ରାଜ୍ୟର ସର୍ବବୃହତ ଟାଇଲ ସୋରୁମ୍‌ର ମାନ୍ୟତା ହାସଲ କରିବ| ଏହି ସୋରୁମ୍‌ରେ କାଜରିଆ, ଏଜିଏଲ୍‌, ରାକ, ଲିଓଲି ସମେତ ଅନ୍ୟ ନାମୀଦାମୀ ବ୍ରାଣ୍ଡର ସୁନ୍ଦର ଡିଜାଇନ୍‌ର ଟାଇଲମାନ ଉପଲବ୍ଧ ହେବ|

r.k (6)

ଆର୍‌କେ ମାର୍ବଲ୍ସର ଆଉ ଏକ ଶାଖା ସ୍ଥାନୀୟ ପଳାଶୁଣୀଠାରେ ବେଶ୍‌ ସଫଳତାର ସହିତ ଗ୍ରାହକମାନଙ୍କୁ ଆବଶ୍ୟକ ମାର୍ବଲ ଓ ଟାଇଲ ଯୋଗାଇ ଆସୁଛି| ଦେଶର ଅଗ୍ରଣୀ ବ୍ରାଣ୍ଡ ମେଲାଞ୍ଜର କେତେକ ବିରଳ ପ୍ରଜାତିର ଏକ୍ସକ୍ଲୁସିଭ୍‌ ମାର୍ବଲ ଏହି ସୋରୁମ୍‌ରେ ଉପଲବ୍ଧ| ଆର୍‌କେ ମାର୍ବଲ ଗୁଣାତ୍ମକ ଭାବରେ ଓ ସଠିକ ଦାମ୍‌ରେ ଗ୍ରାହକ ମାନଙ୍କୁ ନିରବିଚ୍ଛିନ୍ନଭାବେ ମାର୍ବଲ ଓ ଟାଇଲ ଯୋଗାଇ ଦେଉଥିବାରୁ ଏହା ଅନେକ ଗୁଡିଏ ସମ୍ମାନ ଓ ପୁରସ୍କାରରେ ପୁରସ୍କୃତ କରାଯାଇଛି|

ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଥିବା କମ୍ପାନୀର ଏହି ସୋରୁମ୍‌ରେ ଦେଶ ଓ ରାଜ୍ୟର ବହୁ ଜଣାଶୁଣା ଆର୍କିଟେକ୍ଟ ଉପସ୍ଥିତ ଥିଲେ ଏହି ଅବସରରେ କମ୍ପାନୀର ମୁଖ୍ୟ କହିଛନ୍ତି ଯେ, ରାଜଧାନୀର ଉଚ୍ଚସ୍ତରର ଜୀବନଧାରଣର ମାନକୁ ଏହି ସୋରୁମ୍‌ ଓ ଏହାର ଉଚ୍ଚ ଗୁଣମାନସମ୍ପନ୍ନ ସାମଗ୍ରୀ ଅଧିକ ମହନୀୟ କରିବ|

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>