‘ସୁପର-୩୦’ରେ ରିତିକ ରୋଶନଙ୍କ କମାଲ: ପ୍ରଥମ ଦିନରେ ୧୨ କୋଟି ଟଙ୍କାର କଲେକସନ୍

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍ ରିତିକ ରୋଶନଙ୍କ ନୂଆ ସିନେମା ‘ସୁପର-୩୦’ ଗତକାଲି ରିଲିଜ୍ ହୋଇଥିଲା। ଏହାକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଜଣାଯାଇଛି। ରିତିକ ରୋଶନଙ୍କ ଅଭିନୟରେ ଦର୍ଶକ ଗଦଗଦ ହୋଇଥିବା କୁହାଯାଉଛି। ଖାଲି ସେତିକି ନୁହେଁ ଏହାକୁ ବକ୍ସ ଅଫିସରେ ବି ଭଲ ସଫଳତା ମିଳୁଥିବା ଜଣାଯାଇଛି । ପ୍ରଥମ ଦିନ ‘ସୁପର-୩୦’ ୧୨ କୋଟି ଟଙ୍କାର କଲେକସନ୍ କରିଥିବା ଜଣାଯାଇଛି।ଏହାର ବଜେଟ୍ ୮୫ କୋଟି ଟଙ୍କା ବୋଲି କୁହାଯାଉଛି। ସପ୍ତାହାନ୍ତରେ ଏହା ଅଧିକ ବ୍ୟବସାୟ କରିବ ବୋଲି ଆକଳନ କରାଯାଉଛି। ‘ସୁପର-୩୦’ର କାହାଣୀ ଜଣେ ମହାନ୍ ଶିକ୍ଷକ ଆନନ୍ଦ କୁମାରଙ୍କ ଜୀବନୀ ଉପରେ ଆଧାରିତ । ଏଥିରେ ରିତିକ୍ ରୋଶନଙ୍କ ବିପକ୍ଷରେ ନାୟିକା ମୃଣାଲ ଠାକୁରଙ୍କୁ ଦେଖିବାକୁ ମିଳିଛି। ଏହାଛଡ଼ା ବୀରେନ୍ଦ୍ର ସକସେନା ଏବଂ ପଙ୍କଜ ତ୍ରିପାଠୀଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ। ବିକାଶ ବହଲ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରଥମେ ‘ସୁପର-୩୦’ରେ ଅକ୍ଷୟ କୁମାରଙ୍କୁ ନିଆଯିବ ବୋଲି ଚର୍ଚ୍ଚା ହେଉଥିଲା ହେଲେ ଶେଷରେ ରିତିକ ରୋଶନ୍ ଫାଇନାଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>