ମାଲକାନଗିରି: ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ, ବିଳମ୍ବରେ ମାମଲା ରୁଜୁ କଲା ପୋଲିସ

ମାଲକାନଗିରି: ନାବାଳିକା ଛାତ୍ରୀଙ୍କୁ ଶିକ୍ଷକଙ୍କ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ ପି ଭି-81 ଗ୍ରାମରେ ଘଟିଛି । ତେବେ ଏ ନେଇ ପୋଲିସ ପକ୍ଷରୁ ଖାମଖିଆଲି କରାଯିବା ସହ ବିଳମ୍ବରେ ମାମଲା ରୁଜୁ କରାଯାଇଥିବା ଅଭିଯୋଗ ହୋଇଛି ।ପାଠ ପଢେଇବା ନାଁରେ ଘରକୁ ଡାକି ଦୁଇ ଦିନ ଧରି ଶିକ୍ଷକ ଜଣକ ନାବଳିକାଙ୍କ ସହ ଦୁଷ୍କର୍ମ କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ପୀଡିତାଙ୍କ ପକ୍ଷରୁ ମୋଟୁ ଥାନାରେ ପ୍ରଥମେ ଏତଲା ଦିଆଯାଇ ଥିବା ବେଳେ ଥାନା ଅଧିକାରୀ ଅଭିଯୋଗ ଗ୍ରହଣ କରି ନଥିଲେ । ଶନିବାର ପୀଡିତାଙ୍କ ମା’ ଏ ନେଇ ମାଲକାନଗିରି ମଡେଲ ଥାନାରେ ପହଞ୍ଚିଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଏତଲା ରୁଜୁ ହୋଇଛି । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି ।

 

Suraj Kumar Behera

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>