ଆସନ୍ତ। ୧୫-୨୨ତାରିଖ ପର୍ଯ୍ୟନ୍ତ ବାତିଲ ହେଲା ଦିଲ୍ଲୀରୁ ଚାଲିବାକୁ ଥିବା ୮୦ଟି ଟ୍ରେନ

ନୂଆଦିଲ୍ଲୀ : ଆଗାମୀ ସପ୍ତାହ ମଧ୍ୟରେ ଯଦି ଆପଣଙ୍କୁ ଦିଲ୍ଲୀରୁ କେଉଁଠାକୁ ଯିବାର ଅଛି ବା ଦିଲ୍ଲୀରେ ଓହ୍ଲାଇବାରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । କାରଣ ଏକ ସପ୍ତାହ ପାଇଁ ଦିଲ୍ଲୀକୁ ଆସୁଥିବା ଏବଂ ଦିଲ୍ଲୀରୁ ଯାଉଥିବା ୮୦ଟି ଟ୍ରେନକୁ ରଦ୍ଦ କରି ଦିଆଯାଇଛି । ଏହାସହ ୫୭ଟି ଟ୍ରେନର ମାର୍ଗ ବଦଳାଇ ଦିଆଯାଇଥିବା ମଧ୍ୟ ସୂଚନା ମିଳିଛି । ସୂଚନା ମୁତାବକ, ଦିଲ୍ଲୀରୁ ତିଲକ ବ୍ରିଜ ଷ୍ଟେସନ ମଧ୍ୟରେ ପଞ୍ଚମ ଏବଂ ଷଷ୍ଠ ରେଳ ଧାରଣା ଆରମ୍ଭ ପାଇଁ ନନ୍‌ ଇଣ୍ଟରଲକିଂ କାମ ହେବାକୁ ଥିବାରୁ ସପ୍ତାହେ ପର୍ଯ୍ୟନ୍ତ ୮୦ଟି ଟ୍ରେନକୁ ରଦ୍ଦ କରି ଦିଆଯାଇଛି । ଏହା ସହ ୫୭ଟି ଟ୍ରେନର ମାର୍ଗ ବଦଳାଇ ଦିଆଯାଇଛି । ଜୁଲାଇ୧୮-୨୧ ମଧ୍ୟରେ ଯାତ୍ରୀମାନଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ିବ । କାରଣ ଏ ମଧ୍ୟରେ ଅଧିକ ଟ୍ରେନକୁ ବାତିଲ କରି ଦିଆଯାଇଛି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>