ଆଇସିଟି ଭୁବନେଶ୍ୱର କ୍ୟାମ୍ପସ ଠାରେ ଏକ୍‌ଜୁକ୍ୟୁଟିଭ୍‌ ଏମ.ଟେକ୍‌ ପ୍ରୋଗ୍ରାମର ଶୁଭାରମ୍ଭ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କେମିକାଲ ଟେକ୍ନୋଲୋଜି (ଆଇସିଟି) ଭୁବନେଶ୍ୱର କ୍ୟାମ୍ପସ ଠାରେ ପ୍ରକ୍ରିୟାକରଣ ଇଞ୍ଜିନିୟରିଂରେ ଏକ୍‌ଜୁକ୍ୟୁଟିଭ୍‌ ଏମ.ଟେକ୍‌ ପ୍ରୋଗ୍ରାମର ଶୁଭାରମ୍ଭ ହୋଇଯାଇଛି୤ ଏହି ଅବସରରେ ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ୤ ସେ ଔଦ୍ୟୋଗିକ ନିର୍ବାହୀଙ୍କ ଏହି ପ୍ରଥମ ବ୍ୟାଚ୍‌କୁ ଅଭିନନ୍ଦନ ଜଣାଇବା ସହ ସେମାନେ ଉଦ୍ୟୋଗ ଭିତ୍ତିକ ନିଯୁକ୍ତି ପାଇଁ ଆଗଭର ହେବାକୁ ଉଦ୍‌ବୋଧନ ଦେଇଥିଲେ୤ ଭୁବନେଶ୍ୱରରେ ରାସାୟନିକ ପ୍ରାଦ୍ୟୋଗିକୀ ସଂସ୍ଥା ସ୍ଥାପନ ଦ୍ୱାରା ଏହିଭଳି ବିକାଶର ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ସେ କହିଥିଲେ୤ ଏହି କାର୍ଯ୍ୟକ୍ରମରେ ଅନେକ ପେଷାଦାର ଓ ଶିଳ୍ପ ବିଶେଷଜ୍ଞ, ବରିଷ୍ଠ ସରକାରୀ ଅଧିକାରୀ ଏବଂ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ୤

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>