ସୋମବାର ଫିଲ୍ମ ‘ଓ୍ବାର’ର ଟିଜର ରିଲିଜ ହୋଇଯାଇଛି, ଏହି ଫିଲ୍ମରେ ଏକାଠି ହୋଇଛନ୍ତି ଏହି ଦୁଇଜଣ ସର୍ବଶ୍ରେଷ୍ଠ ଆକ୍ସନ୍‌ ସୁପରଷ୍ଟାର

ମୁମ୍ବାଇ: ଟାଇଗର ଶ୍ରଫ୍‌ ଓ ହ୍ରିତିକ୍‌ ରୋଶନଙ୍କ ଅପ୍‌କମିଂ ଆକ୍ସନ ଫିଲ୍ମ ‘ଓ୍ବାର’ ଅକ୍ଟୋବର ୨ରେ ରିଲିଜ ହେବାକୁ ଯାଉଛି। ଏହା ହିଟ୍‌ ହେବା ବହୁ ସମ୍ଭାବନା ଅଛି ବୋଲି ଏହାର ନିର୍ମାତା ସୋମବାର ଘୋଷଣା କରିଛନ୍ତି। ୟଶରାଜ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଉକ୍ତ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ସିଦ୍ଧାର୍ଥ ଆନନ୍ଦ। ଆନନ୍ଦ ପୂର୍ବରୁ ହ୍ରିତିକ୍‌ଙ୍କ ଅଭିନୀତ ‘ବ୍ୟାଙ୍ଗ ବ୍ୟାଙ୍ଗ’ର ନିର୍ଦ୍ଦେଶନା ଦେଇଥିଲେ। ସିଦ୍ଧାର୍ଥଙ୍କ କହିବାନୁଯାୟୀ, ‘ଓ୍ବାର’ରେ ଦୁଇଜଣ ସର୍ବଶ୍ରେଷ୍ଠ ଆକ୍ସନ୍‌ ସୁପରଷ୍ଟାର ଏକାଠି ହୋଇଛନ୍ତି ଏବଂ ଫିଲ୍ମ ହିଟ୍‌ ପାଇଁ ସେ ଦୁହିଁଙ୍କୁ ପରସ୍ପର ମଧ୍ୟରେ ଲଢ଼େଇ କରିବାକୁ ପଡିବ। ହ୍ରିତିକ ଏବଂ ଟାଇଗରଙ୍କ ମଧ୍ୟରେ ଯେଭଳି ଘମାଘୋଟ ଲଢ଼େଇ ହେବ ଦର୍ଶକମାନେ ଭାବିବେ ଏଭଳି ଭୟଙ୍କର ଯୁଦ୍ଧରେ କିଏ ବିଜୟୀ ହେଉଛି? ସୋମବାର ଫିଲ୍ମ ‘ଓ୍ବାର’ର ଟିଜର ରିଲିଜ ହୋଇଛି। ଏହି ଟିଜର ୫୨ ସେକେଣ୍ଡର ହୋଇଥିବା ବେଳେ ରିଲିଜ୍‌ ହେବାର କିଛି ସମୟ ପରେ ହିଁ ଏହାକୁ ଲକ୍ଷାଧିକ ଲୋକ ଦେଖିସାରିଲେଣି। ଏହି ଫିଲ୍ମରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଛି। ଓ୍ବାର ଫିଲ୍ମରେ ବାଣୀ କପୁର ନଜର ଆସିବାକୁ ଥିବା ବେଳେ ଏହା ଅକ୍ଟୋବର ୨କୁ ପରଦାକୁ ଆସିବ। ଟିଜରକୁ ଦେଖିସାରିବା ପରେ ଦର୍ଶକ ଏବେ ଟ୍ରେଲରର ଅପେକ୍ଷାରେ ରହିଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>