ନୀଳାଦ୍ରି ବିଜୟ ଉପଲକ୍ଷେ ସ୍ୱତନ୍ତ୍ର ଫୋଟପ୍ରଦର୍ଶନୀ ଏବଂ ଆଲୋଚନା ଚକ୍ର

ଭୁବନେଶ୍ୱର: ନୀଳାଦ୍ରି ବିଜୟ ଉପଲକ୍ଷେ ସ୍ୱତନ୍ତ୍ର ଫୋଟପ୍ରଦର୍ଶନୀ ଏବଂ ଆଲୋଚନା ଚକ୍ର ସ୍ଥାନୀୟ ଅଭିଲେଖାଗାର ଠାରେ ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ଓଡିଶା ପ୍ରମୁଖ ଶାସନ ସଚିବ, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଏବଂ ଯୁଗ୍ମ ନିର୍ଦ୍ଦେଶିକା ତଥା ଯୁଗ୍ମ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀମତୀ ସଂଘମିତ୍ରା ଶତପଥୀ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ୤ ଶ୍ରୀଯୁକ୍ତ ଅସିତ୍‌ ମହାନ୍ତି ଆମ ସଂସ୍କୃତିରେ ନୀଳାଦ୍ରି ବିଜୟ ଉପରେ ସାମାନ୍ୟ ତଥ୍ୟ ପ୍ରଦାନ କରିଥିଲେ୤ ଜଗନ୍ନାଥ ସଂସ୍କୃତି ଓ ଜନଜୀବନ ବିଷୟରେ କହିଥିଲେ ଶ୍ରୀଯୁକ୍ତ କୃପାସିନ୍ଧୁ ମିଶ୍ର ଏବଂ ଶ୍ରୀଯୁକ୍ତ ପ୍ରତୀକ ପଟ୍ଟନାୟକ ଉତ୍କଳୀୟ ସଂସ୍କୃତିରେ ଲକ୍ଷ୍ମୀ-ନାରାୟଣ ବଚନିକା ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ୤ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶ୍ରୀଯୁକ୍ତ ବିଜୟ କୁମାର ନାୟକ ସଭାକାର୍ଯ୍ୟ ପରିଚାଳନା କରିଥିଲେ୤

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>