କାନ୍‌ଭାସ୍‌ରେ ଫୁଟିଲା ଜଳ ସଂରକ୍ଷଣର ବାର୍ତ୍ତା

ଭୁବନେଶ୍ବର: କାନ୍‌ଭାସ୍‌ ଉପରେ ରଙ୍ଗ ତୂଳୀରେ ଜଳ ସଂରକ୍ଷଣର ବାର୍ତା ଦେଇଥିଲେ ଯୁବ ଚିତ୍ରଶିଳ୍ପୀ। ସାନ୍ତାଳିମାନଙ୍କ ଶୈଳୀରେ ଜଳ ସଂରକ୍ଷଣର ମୂଲ୍ୟବାନ ବାର୍ତା ଦେବାକୁ ଚେଷ୍ଟା କରିଥିଲେ ୧୫ ଜଣ ଶିଳ୍ପୀ। ଜାପାନ୍‌ର ସ୍ବେଚ୍ଛାସେବୀ ସଂଗଠନ ‘ସାଟୋ’ ଏବଂ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରି ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ପେଣ୍ଟିଂ ପ୍ରତିଯୋଗିତାରେ ରଘୁନାଥ ସାହୁ ପ୍ରଥମ, ଆକାଶ ଶ୍ରୀଚନ୍ଦନ ରାମ ଦ୍ବିତୀୟ ଓ ଜୟଶ୍ରୀ ଜେନା ତୃତୀୟ ସ୍ଥାନ ଅଧିକାର କରିଥିଲେ। ୩ କୃତୀ ପ୍ରତିଯୋଗୀଙ୍କୁ ୩୦ ହଜାର, ୨୫ ହଜାର, ୨୦ ହଜାର ଟଙ୍କା ଲେଖାଏଁ ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଥିଲା। ଜଣାଶୁଣା ଚିତ୍ରଶିଳ୍ପୀ ବଳଦେବ ମହାରଥା, ଗୌରାଙ୍ଗ ବାରିକ ଓ ଡେଭିଡ୍‌ ଜେମ୍‌ସ ପ୍ଲାଟ୍ଟ ବିଚାରକ ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ଚୟନ କରିଥିଲେ। ମଡର୍ଣ୍ଣ ଆର୍ଟ ଗ୍ୟାଲେରି ପରିସରରେ ଆୟୋଜିତ ଏକ ସଭାରେ ସାଟୋ ଇଣ୍ଡିଆର ମୁଖ୍ୟ ଧନଞ୍ଜୟ ସିଂହ, ଲିକ୍ସିଲ୍‌ର ଏସିଆ ପେସିଫିକ୍‌ ଜୋନ୍‌ର ‌ପବ୍ଲିକ୍‌ ଆଫେୟାର୍ସ ମୁଖ୍ୟ ପ୍ରିୟଙ୍କା ତନୱାର, ଗ୍ୟାଲେରିର ପ୍ରତିଷ୍ଠାତା ତଥା ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା ଅତିଥି ଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>