ହଟ୍‌ ମଣ୍ଡ୍‌ ମିସେସ୍‌ ଇଣ୍ଡିଆ ୱାର୍ଲଡ୍‌ ୱାଇଡ୍‌ ଫାଇନାଲ୍‌ରେ ଓଡ଼ିଆ ଝିଅ ସାଗରିକା

ଭୁବନେଶ୍ବର: ହଟ୍‌ ମଣ୍ଡ୍‌ ମିସେସ୍‌ ଇଣ୍ଡିଆ ୱାର୍ଲଡ୍‌ୱାଇଡ୍‌ ପ୍ରତିଯୋଗିତାରେ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛନ୍ତି ଓଡ଼ିଆ ଝିଅ ସାଗରିକା ସ୍ବାଇଁ। ଆଗ୍ରାରେ ହୋଇଥିବା ଏକ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ ସହ ସେ ଏହି ସଫଳତା ଅର୍ଜନ କରିଛନ୍ତି। ଭାରତ ବାହାରେ ରହୁଥିବା ଭାରତୀୟ ମହିଳାମାନଙ୍କୁ ନେଇ ଏହି ପ୍ରତିଯୋଗିତା ଆୟୋଜିତ ହୋଇଆସୁଛି। ସମଗ୍ର ବିଶ୍ବରୁ ଏହି ପ୍ରତିଯୋଗିତା ପାଇଁ ୧୦ ହଜାର ପ୍ରତିଯୋଗୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୧୦ଟି ଦେଶରୁ ୧୭୨ଜଣ ପ୍ରତିଯୋଗୀ ଶ୍ରେଷ୍ଠ ବିବେଚିତ ହୋଇ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ୧୭୨ଜଣ ଫାଇନାଲିଷ୍ଟ୍‌ଙ୍କ ମଧ୍ୟରେ ନିଜକୁ ସୁରକ୍ଷିତ ରଖିଛନ୍ତି ଭୁବନେଶ୍ବରର ଝିଅ ସାଗରିକା ସ୍ବାଇଁ।
ରମାଦେବୀ ମହିଳା ମହାବିଦ୍ୟାଳୟରୁ ବି-କମ୍‌ ପାସ୍‌ କରିଥିବା ସାଗରିକା ମାଲେସିଆର କ୍ବାଲାଲମ୍ପୁର୍‌ରେ ମାନବସମ୍ବଳ ପ୍ରବନ୍ଧକ ଭାବେ କାର୍ଯ୍ୟରତ ଅଛନ୍ତି। ଏହି ସଫଳତା ଅର୍ଜନ କରିବା ପରେ ତାଙ୍କୁ ବିଭିନ୍ନ ଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି। ସେ ଆସନ୍ତା ଅକ୍ଟୋବର ୧୦ରୁ ୨୦ ତାରିଖ ମଧ୍ୟରେ ଗ୍ରିସ୍‌ରେ ହେବାକୁ ଯାଉଥିବା ‘ହଟ୍‌ ମଣ୍ଡ୍‌ ମିସେସ୍‌ ଇଣ୍ଡିଆ ୱାର୍ଲ‌୍‌ଡୱାଇଡ୍‌ ୨୦୧୯’ ଗ୍ରାଣ୍ଡ୍‌ ଫିନାଲେରେ ନିଜର ପ୍ରତିଭା ପ୍ରଦର୍ଶନ କରିବେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>