ନନ୍ଦନକାନନରେ ବାଘୁଣୀ ପ୍ରିୟଙ୍କା ମୃତ: ୨ ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ଥିଲା ପୀଡ଼ିତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସୋମବାର ଏକ ବାଘୁଣୀର ମୃତ୍ୟୁ ହୋଇଛି। ‘ପ୍ରିୟଙ୍କା’ ନାମ୍ନୀ ଏହି ବାଘୁଣୀର ବୟସ ୧୯ ବର୍ଷ ୫ ମାସ ହେବ। ବୟସାଧିକ ଯୋଗୁ ବାଘୁଣୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୨ ବର୍ଷ ହେବ ସେ ଅସୁସ୍ଥ ଥାଇ ଚିକିତ୍ସାଧୀନ ଥିଲା। ପ୍ରିୟଙ୍କାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ଖସିଲା। ଏବେ ନନ୍ଦନକାନନରେ ୫ ଅଣ୍ଡିରା, ୮ ସାଧାରଣ ମାଈ, ୪ ଧଳା ବାଘ, ୫ ଧଳା ବାଘୁଣୀ ଓ ୪ କଳା ବାଘ ଅଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>