ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗିର : ୨୦ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ବଲାଙ୍ଗୀର: ପ୍ରବଳ ବର୍ଷାରେ ବେହାଲ ବଲାଙ୍ଗିର । ଉଛୁଳୁଛି ତେଲ ନଦୀ । ତେଲ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ହେବାରେ ଲାଗିଛି । ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ପାଣି ପଶିଯାଇଛି । ଟିକ୍ରାପଡା, ଲକ୍ଷ୍ମୀନଗରପଡା, ରୁଗୁଡିପଡା, ଷ୍ଟେସନ ରୋଡ୍ ଅଞ୍ଚଳରେ ବର୍ଷା ବିତ୍ପାତ ଦେଖାଦେଇଛି । ଗୁଡଭେଲା ବ୍ଲକର ପାଖାପାଖି ୨୦ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏନଡିଆରଏଫ୍ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଗତକାଲିଠାରୁ ବଲାଙ୍ଗୀରରେ ବର୍ଷା ଲାଗି ରହିଛି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>