ଦିଲ୍ଲୀରେ ଲଜ୍ଜାଜନକ ଘଟଣା : ଭାରତ ବୁଲିବାକୁ ଆସିଥିବା ବିଦେଶୀ ମହିଳାଙ୍କୁ ଦୁଷ୍କର୍ମକରି ଅଭିଯୁକ୍ତ ହେଲା ଫେରାର

ନୂଆଦିଲ୍ଲୀ : ଭାରତ ବୁଲିବାକୁ ଆସିଥିବା ଉଜବେକିସ୍ତାନର ମହିଳାଙ୍କ ସହ କାରରେ ଗଣଦୁଷ୍କର୍ମ ଘଟଣା ଏବେ ସାମନାକୁ ଆସିଛି। ପୋଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି। ପୋଲିସଙ୍କ କହିବା ଅନୁସାରେ ଉଜବେକିସ୍ତାନରେ ରହୁଥିବା ମହିଳା ପାଖାପାଖି ୨୦ଦିନ ତଳେ ଭାରତ ବୁଲିବାକୁ ଆସିଥିଲେ। ସେ ତାଙ୍କର ଜଣେ ପରିଚିତ ଯୁବକଙ୍କ ସହ ଦିଲ୍ଲୀର ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଥିଲେ। ଗତ ରବିବାର ମଧ୍ୟ ସେ ପରିଚିତ ଯୁବକଙ୍କ କାରରେ ଦିଲ୍ଲୀ ବୁଲିବାକୁ ବାହାରିଥିଲେ। ପରିଚିତ ଯୁବକ ଜଣକ ତା’ର ଦୁଇ ବନ୍ଧୁଙ୍କୁ ମଧ୍ୟ ଡାକିଥିଲା। ଏହାପରେ ୩ଜଣ ମିଶି ମହିଳାଙ୍କୁ କାରରେ ଗଣ ଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ଯୁବତୀଙ୍କୁ ବସନ୍ତକୁଞ୍ଜରେ ଓହ୍ଲାଇ ଫେରାର ହୋଇଯାଇଥିଲେ। ଏହା ପରେ ମହିଳା ଯେକୌଣସିମତେ ସ୍ଥାନୀୟ ଲୋକଙ୍କ ସହାୟତାରେ ବସନ୍ତକୁଞ୍ଜ ନର୍ଥ ଥାନା ପହଞ୍ଚି ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>