ଦିଲ୍ଲୀ ଗଲେ କଂଗ୍ରେସ ନେତା : ରାଜ୍ୟ​‌ରେ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ନେଇ ହେବ ଆଲୋଚନା

ଭୁବନେଶ୍ବର : ଦିଲ୍ଲୀ ଗଲେ କଂଗ୍ରେସ ନେତା। ରାଜ୍ୟ​‌ରେ କଂଗ୍ରେସର ସାଙ୍ଗଠନିକ ପରିବର୍ତ୍ତନ ନେଇ ହେବ ଆଲୋଚନା। ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ଇସ୍ତଫା ​ଦେବା ସହ ସବୁ ଛାମୁଆ ସଙ୍ଗଠନ ମୁରବୀ ବିହୀନ ହୋଇ ପଡିରହିଛି। କାଲି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳନ ପରେ ଗୋଟିଏ ଗ୍ରୁପ୍‌ ସୋନିଆ ଗାନ୍ଧୀଙ୍କୁ ଭେଟି ରାଜ୍ୟ କଂଗ୍ରେସ ସଙ୍ଗଠନରେ ପରିବର୍ତ୍ତନ ପରିବା ପାଇଁ ଦାବି କରିବ ବୋଲି ଚର୍ଚ୍ଚା ଜୋର ଧରିଛି।
ଦଳର ସାହା ଭରସା ସୋନିଆ ଗାନ୍ଧୀଙ୍କ ଡକରା ପାଇ ଦିଲ୍ଲୀ ଯାଇଛନ୍ତି ଓଡ଼ିଶାରୁ ଦେଢ଼ଶହରୁ ଅଧିକ ନେତା । କାଲି ଅପରାହ୍ନରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମ ରହିଛି। କଂଗ୍ରେସ ନେତାଙ୍କୁ ସୋନିଆ ଗାନ୍ଧୀ ଉଦବୋଧନ ଦେବେ। କଂଗ୍ରେସକୁ ତୃଣମୂଳ ସ୍ତରରୁ ଏକଜୁଟ କରିବା ପାଇଁ ନେତାଙ୍କୁ ସଂକଳ୍ପ କରାଇବେ ସୋନିଆ। ଏହାପରେ କିଛି ବରିଷ୍ଠ କଂଗ୍ରେସ ନେତା ସୋନିଆଙ୍କୁ ଭେଟିବା ପାଇଁ ସମୟ ନେଇଛନ୍ତି।
ଏପଟେ ରାଜ୍ୟ କଂଗ୍ରେସ ଅବସ୍ଥା ମଧ୍ୟ ଶୋଚନୀୟ। ସବୁ ଛାମୁଆ ସଙ୍ଗଠନ ନେତୃତ୍ବ ବିହୀନ ହୋଇ ପଡ଼ି ରହିଛି । କିଛି ନେତା ଅସନ୍ତୋଷ ପ୍ରକାଶ କରି ଦଳ ଛାଡିଛନ୍ତି। ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ ମଧ୍ୟ ଇସ୍ତଫା ଦେବାକୁ ମନ କରିଥିବା ବେଳେ ଏହା ଗୃହୀତ ହୋଇନି। ତେଣୁ କାଲି ଗୋଟିଏ ଖାସ ନିଷ୍ପତ୍ତି ହେବ ।
ସୋନିଆ ଗାନ୍ଧୀ ପୁଣିଥରେ କଂଗ୍ରେସର ନେତୃତ୍ବ ନେବାପରେ ଏବେ ଦଳରେ ନୂଆ ଆଶା ସଞ୍ଚାର ହୋଇଛି। ସୋନିଆଙ୍କ ସହିତ କାମ କରିଥିବା କିଛି ବରିଷ୍ଠ ନେତା ସାଙ୍ଗଠନିକ ପଟ୍ଟ ପରିବର୍ତ୍ତନ ନେଇ ଲବି କଲେଣି। …

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>