ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଚର୍ଚ୍ଚାକୁ ଆସିଲେ ମହିଳା

ଆଲବାନି : ନ୍ୟୁୟର୍କରେ ଜଣେ ମହିଳା ଚଳନ୍ତା ଟ୍ରେନ୍‌ରେ ଫଟୋ ଶୁଟ୍‌ କରି ଆସିଛନ୍ତି ଚର୍ଚ୍ଚାକୁ। ଜେସିକା ଜର୍ଜ ନାମକ ଏହି ମହିଳା ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଅନ୍ୟ ପାସେଞ୍ଜରଙ୍କ ଉପସ୍ଥିତିରେ ଫଟୋ ଶୁଟ୍‌ କରିଥିଲେ। ସେ ଏହାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରି ନିଜ ଟୁଇଟର ଆକାଉଣ୍ଟରେ ଅପଲୋଡ କରିଥିଲେ। ଭିଡିଓଟିକୁ ଦେଖିବା ପରେ ଜେସିକାଙ୍କ ସାହସକୁ ଅନେକ ଲୋକ ପ୍ରଶଂସା କରିଥିବା ବେଳେ ଆଉ କେତେକ ଜେସିକାଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଛନ୍ତି। ତାଙ୍କର ଭିଡିଓଟିକୁ ପାଖାପାଖି ୮.୭ ମିଲିୟନ୍‌ ଭିୟ୍ୟୁଜ୍‌ ମିଳିଛି। ସୂଚନାଯୋଗ୍ୟ, ଗତ ରବିବାର ଜେସିକା ଉକ୍ତ ଫଟୋ ଶୁଟ୍‌ର ୫୭ ସେକେଣ୍ଡର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ୍‌ କରିଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>