ପ୍ରଥମ ଭାରତୀୟ ମହିଳା ପୋଲିସ ଅଫିସର ଭାବେ ପାକିସ୍ତାନ ପୋଲିସରେ ଭର୍ତ୍ତି ହେଲେ ଏହି ଯୁବତୀ

ନୂଆଦିଲ୍ଲୀ୫|୯: ପାକିସ୍ତାନରେ ଭାରତୀୟ ଯୁବତୀଙ୍କ କମାଲ।ପୁଷ୍ପା କୋହଲି ପ୍ରଥମ ଭାରତୀୟ ମହିଳା ଯିଏ ପାକିସ୍ତାନର ସିନ୍ଧ୍ ପୋଲିସରେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର(ଏଏସଆଇ) ଭା​‌ବେ ଯୋଗ ଦେଇଛନ୍ତି।ଏପରିକି ପୁଷ୍ପା ପ୍ରଥମ ଭାରତୀୟ ମହିଳା ପୋଲିସ ଅଫିସର ଭାବେ ପାକିସ୍ତାନ ପୋଲିସରେ ସେ ଯୋଗ ଦେଇଛନ୍ତି।ପାକିସ୍ତାନର ହ୍ୟୁମାନ ରାଇଟ୍ସ ଓ ବ୍ଲଗର କପିଲ ଦେବ ଟ୍ବିଟକରି ପୁଷ୍ପାଙ୍କ ସଂପର୍କ​‌ରେ ସୂଚନା ଦେଇଛନ୍ତି।

ସିନ୍ଧ୍‌ରେ ହେଉଥିବା ପୋଲିସ ପ୍ରତିଯୋଗୀତା ପରୀକ୍ଷାରେ ପୁଷ୍ପା କୋହଲି ପାସକରି ସବଇନ୍ସପେକ୍ଟର ପଦ ଲାଭ କରିଛନ୍ତି।ସେହିପରି ୨୦୧୯ ମସିହା ଜାନୁଆରି ମାସରେ ଭାରତୀୟ ମହିଳା ସୁମନ ପଓ୍ବାନ ବୋଦନ  ପାକିସ୍ତାନର ସିଭିଲ ଏଣ୍ଡ ଜୁଡିସିଆଲି ମାଜିଷ୍ଟ୍ରେଟ ଭାବେ ଜଏନ କରିଥିଲେ।ପାକିସ୍ତାନର ସିନ୍ଧ ପ୍ରଦେଶର କମ୍ଭରହ-ଶହଦାଦକୋଟରେ ସୁମନ ରହୁଥିଲେ।

ସୁମନ କହିଛନ୍ତି ଯେ, ଆଇନଜୀବୀ ହେଲେ ତାଙ୍କ  ତାଙ୍କ ସଂପ୍ରଦାୟ ଲୋକେ ଗ୍ରହଣ କରିନପାରନ୍ତି ବୋଲି ସୁମନଙ୍କ ଭୟ ଥିଲା।ହେଲେ ସୁମନଙ୍କ ପରିବାର ଲୋ​‌କେ ତାଙ୍କୁ ସାଥ୍ ଦେଇଥିଲେ। ସୂଚନାମୁତାବକ, ପାକିସ୍ତାନରେ ପାଖାପାଖି ୯୦ ଲକ୍ଷ ଲୋକ ରହିଛନ୍ତି।ସେଥିମଧ୍ୟରୁ ସିନ୍ଧ ପ୍ରାନ୍ତରେ ସବୁଠାରୁ ଅଧିକ ଭାରତୀୟ ରହିଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>