ସରିଲା ଗଣେଷ ପୂଜା. ଭସାଣୀ ପାଇଁ ରାଜଧାନୀର ମେଢ ସବୁ କୁଆଖାଇ ମୁହାଁ

ଭୁବନେଶ୍ବର : ସରିଲା ଗଣେଷ ପୁଜା ,ଏବେ ଆରମ୍ଭ ହେଲା ଭଷାଣି ଉତ୍ସବ । ତେଣୁ ବିଏମସି ପକ୍ଷରୁ କୁଆଖାଇ ନଦି କୁଳରେ ହୋଇଛି ଅସ୍ଥାୟି ପୋଖରି । କିନ୍ତୁ କିଏ ନଦି ଉପରୁ ତ କିଏ ପାଣି ଭିତରେ ପଶି ନଦି ମଧ୍ୟରେ କଲାଣି ମୁର୍ତି ବିସର୍ଜନ । ରାଜଧାନିର ସ​‌ଚେତନ ଓ ଶିକ୍ଷିତ ନାଗରିକ ପୁଜା ପରେ ଭଷାଣି ଲାଗି ଆସୁଛନ୍ତି ଏଠାକୁ କିନ୍ତୁ ପୋଖରି ନୁହେଁ ବରଂ ଯିଏ ଯେଝା ବାଟରେ ନଦି ଭିତରେ ପକାଇ ଚାଲିଛନ୍ତି ମୁର୍ତି ଓ ସମସ୍ତ ପୁଜା ସାମଗ୍ରି ।ଏପରିକି ଫଟୋ ସେଶନ ମଧ୍ୟ କରାଯାଉଛି । ଏପରିକି ଏମାନଙ୍କ ମଧ୍ୟରୁ ଅଧିକାଂଶ ବେସ ଶିକ୍ଷିତ ଦେଖାଯାଉଥିଲେ ମଦ୍ୟ ପରିବେଷ ପ୍ରଦୁଷଣ ପ୍ରତି ଏମାନଙ୍କର କିଛି କର୍ତବ୍ୟ ଥିଲା ପରି ମନେହୁଏନାହିଁ । କହିଲେ ମଧ୍ୟ ଶୁଣିବାକୁ ନାରାଜ । ତେବେ ଏନେଇ ପଚାରିବାରେ ପାଟି ବନ୍ଦ । କିଛି ବ୍ୟକ୍ତି ହଁ  ଜଳ ପ୍ରଦୁଷିତ ହେଉଛି ବୋଲି ବଡ କଷ୍ଟରେ ନିଜ ଭୁଲ ମାନୁଛନ୍ତି । କିନ୍ତୁ କଥା ଆଉ କାମ ସଂପୁର୍ଣ ଅଲଗା ।
ସେପଟେ ଧର୍ମକୁ ଆଖିଠାର ଭଳି ବିଏମସି ନେଇଛି ପଦକ୍ଷେପ । ପୋଖରି ହୋଇଛି ସତକିନ୍ତୁ ନା କେହି କର୍ମଚାରି ନା ରହିଛି କୌଣସି ସଚେତନତା ପୋଷ୍ଟର ।ଏପରକି କିଏ ମଦ ପିଇ ପାଣିଭିତରେ ଉତ୍ପାତ କରୁଥିବା ଦୃଶ୍ୟ ମଦ୍ୟ ଦେଖିବାକୁ ମିଳିଛି । ତେବେ ଯୋଗକୁ ଅଗ୍ନିସମ ବିଭାଗ ପକ୍ଷରୁ ଜଗିରହିଥିବା ଅଧିକାରି ଯବରଦସ୍ତ ତାଙ୍କୁ ବାହାର କରୁଥିବାର ଦେଖିବାକୁ ମିଳିଛି । ତେବେ ହଜାର ହଜାର ମୁର୍ତି ଲାଗି କୁଆଖାଇରେ ଗୋଟିଏ ଓ ଦୟା କୁଳରେ ଗୋଟିଏ ଅସ୍ଥାୟି ପୋଖରି । ସେହିଭଳି ମାତ୍ର ଦୁଇ ଦିନରେ ଏହି ପୋଖରି ର ପାଣି ଏଭଳି ଅପରି​‌ଷ୍କାର କହିଲେ ନସରେ ।ଏଥିସହ ଯେଉଁଭଳି ଏଠାରେ ବିସର୍ଜନ କରାଯାଉଛି ଏହା ଧର୍ମିୟ ଭାବନାକୁ ଆଘାତ ପହଂଚାଉଥିବାରୁ ଏଠାରେ ମୁର୍ତି ବିସର୍ଜନ ଲାଗି ନାକ ଟେକୁଛନ୍ତି କିଛି ଲୋକେ । କଥା ବି ସତ ଗୋଟିଏ ଦିନରେ ଏହା ମଧ୍ୟ ରେ ଯେଭଳି ଅଳିଆ ରେ ଭରିଲାଣି ମୁର୍ତି ବିସର୍ଜନ ଲାଗି ମଧ୍ୟଆଉ ପାଣି ନଥିବ ଗୋଟେଦିନ ପରେ । ତେଣୁ ଏଭଳି ଆୟୋଜନକୁ ଦୋଷ ଦେଉଛନ୍ତି ଲୋକେ ।ସେପଟେ କିନ୍ତୁ ବିଏମସି ଅଧିକାରି ମାନିବାକୁ ନାରାଜ ।
ସରିଲା ଗଣେଶ ପୁଜା ।ପୁଜାକୁ ନେଇ ଯେତିକି ଉତ୍ସାହ ମୁର୍ତି ବିସର୍ଜନକୁ ନେଇ ଆହୁରି ଅଧିକ ।ତେଣିକି ପରିବେଶ ଯାଉ ଚୁଲିକି ।କାମ ସାରି ପଳାଇଗଲେ କଥା ଶେଷ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>