ଆମ ଆଦମୀ ପାର୍ଟିରୁ ଇସ୍ତଫା ଦେଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟିର ବିଦ୍ରୋହୀ ବିଧାୟିକା ଅଳକା ଲାମ୍ବା ଶେଷରେ ଦଳରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସକାଳୁ ସେ ଟୁଇଟ୍‌ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏବେ ଆପ୍‌ରୁ ବିଦାୟ ନେବାର ସମୟ ଆସିଯାଇଛି। ଦଳର ପ୍ରାଥମିକ ସଦସ୍ୟ ପଦରୁ ମୁଁ ଇସ୍ତଫା ଦେଉଛି ବୋଲି ସେ କହିଛନ୍ତି। ଖୁବ୍‌ଶିଘ୍ର ସେ କଂଗ୍ରେସରେ ଯୋଗଦେବେ ବୋଲି ଜଣାପଡିଛି। କିଛିଦିନ ତଳେ ସେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଆପ ଟିକେଟ ପାଇ ଚାନ୍ଦନଚୌକରୁ ଜିତିଥିବା ଅଳକା କିଛି ଦିନ ହେଲା ଦଳ ଓ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଖପ୍ପା ହୋଇଛନ୍ତି। ଗତମାସରେ ସେ ଆପ୍‌ରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। ଏଥିସହ ଆସନ୍ତା ବିଧାନସଭା ନିର୍ବାଚନରେ ସେ ସ୍ବାଧୀନ ଭାବେ ଲଢିବେ ବୋଲି କହିଥିଲେ। ଅଳକାଙ୍କ ଏଭଳି ଧମକ ପରେ ଆପ ପକ୍ଷରୁ ମଧ୍ୟ ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଲୋକସଭା ନିର୍ବାଚନରେ ଆପ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଅଳକା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଦାୟୀ କରିଥିଲେ। ଏହାପରେ ତାଙ୍କୁ ବିଧାୟକଙ୍କ ପାଇଁ ହୋଇଥିବା ଦଳର ହୱାଟସଆପ ଗ୍ରୁପ୍‌ରୁ ବାହାର କରିଦିଆଯାଇଥିଲା। ଏହାକୁ ନେଇ ସେ ଦଳ ଉପରେ ଖପ୍ପା ହୋଇଥିଲେ। ଏସବୁ ଭିତରେ ସେ ଆଜି ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିଥିବାରୁ, ଅଳକା ଖୁବଶିଘ୍ର କଂଗ୍ରେସରେ ମିଶିବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>