ନୟାଗଡ: ରୋଗୀ ଛାଡି ଫେରୁଥିବାବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ଡ୍ରାଇଭର ଆହତ

ନୟାଗଡ: ଦୋକାନ ଘରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଡ୍ରାଇଭର ଆହତ ହୋଇଛନ୍ତି । ୫୭ନଂ ଜାତୀୟ ରାଜପଥର ଡମହାଣ୍ଡି ନିକଟରେ ଘଟିଛି ଦୁର୍ଘଟଣା । ସୂଚନାଯୋଗ୍ୟ ଯେ, ଆଜି ଭୋରରୁ ନୟାଗଡରେ ରୋଗୀ ଛାଡି ଦଶପଲ୍ଲା ଫେରୁଥିବାବେଳେ ଆମ୍ବୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଦୋକାନ ଘରେ ପିଟିହୋଇଥିଲା ଆମ୍ବୁଲାନ୍ସ । ଫଳରେ ଡ୍ରାଇଭର ଆହତ ହୋଇଛନ୍ତି । ଆହତ ଡ୍ରାଇଭରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>