ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସାଂଗଠନିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ନୂତନ କର୍ମକର୍ତ୍ତା ନିର୍ବାଚନ ଓ ସାଂଗଠନିକ ବୈଠକ ସ୍ଥାନୀୟ ଉତ୍କଳ ସାମ୍ୱାଦିକ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି| ଏହି ବୈଠକରେ ମୁମ୍ୱାଇ ଜାତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥାର ସମ୍ପାଦକ ଡ. ବିପିନ ମିଶ୍ରଙ୍କ ଉପସ୍ଥିତିରେ ଓଡିଶା ଶାଖା ସମ୍ପାଦକ ଇଂ ଲାୟନ ବିପିନ ନାୟକ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା| ଦଶବର୍ଷ ଧରି ଦୁର୍ନୀତି ନିବାରଣ କାର୍ଯ୍ୟ କରି ଆସୁଥିବା ଏହି ସଂଗଠନ ଓଡିଶାର ଗ୍ରାମାଞ୍ଚଳରେ ପ୍ରୟୋଗ କରିବାକୁ ଦୃଢ ପଦକ୍ଷେପ ନେଉଛି ବୋଲି ଶ୍ରୀ ମିଶ୍ର କହିଥିଲେ| ଭୁବନେଶ୍ୱର ପାଇଁ ଦାୟିତ୍ୱ ନେଇଥିବା ସଭାପତି ସୁରେଶ ଚୌଧୁରୀ ଦୁର୍ନୀତି ନିବାରଣ ପାଇଁ ବହୁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ| ଏହାଛଡା ଅବସର ପ୍ରାପ୍ତ ଅତିରିକ୍ତ ପୋଲିସ୍‌ ଏସିପି ଦୁର୍ଲ୍ଲଭ ସିଂହ, ପରିକ୍ଷୀତ ଜେନା, ଅଶୋକ ମହାପାତ୍ର, ସୁରେଶ ମହାପାତ୍ର ଏବଂ ଆଉ ପନ୍ଦର ଜଣ ସଦସ୍ୟ ନୂଆକରି ଦାୟିତ୍ୱ ବହନ କରିଥିଲେ| କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଦସ୍ୟ ବାଳକୃଷ୍ଣ ରାଉତ|

IMG20190908132317

IMG20190908133546

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>