ସୋସିଆଲ ମିଡିଆରେ ଇସ୍ରୋ ମୁଖ୍ୟ କେ.ଶିବନଙ୍କ ମିଛ ଆକାଉଣ୍ଟ ଖୋଲି ଦିଆଯାଉଥିବା ମିଥ୍ୟା ତଥ୍ୟ ଉପରେ ବିଶ୍ବାସ ନକରିବାକୁ ସତର୍କ କଲା ଇସ୍ରୋ

ନୂଆଦିଲ୍ଲୀ : ଗତ ଏକ ସପ୍ତାହ ମଧ୍ୟରେ ଚର୍ଚ୍ଚାର ଶୀର୍ଷରେ ରହିଛନ୍ତି ଭାରତୀୟ ଅନ୍ତରୀକ୍ଷ ଗବେଷଣା ପ୍ରତିଷ୍ଠାନର ମୁଖ୍ୟ କେ.ଶିବନ । ଚନ୍ଦ୍ରଯାନ-୨କୁ ନେଇ ସେ ଅଧିକ ଲୋକପ୍ରିୟ ହୋଇଥିବା ବେଳେ ଏବେ ତାଙ୍କ ନାଁକୁ ନେଇ ସୋସିଆଲ ମିଡିଆରେ ଏକାଧିକ ନକଲି ଆକାଉଣ୍ଟ ତିଆରି ହୋଇଥିବା ଜଣାପଡ଼ିଛି, ଯାହା ଜରିଆରେ ଲୋକମାନେ ଲଗାତାର ଟୁଇଟ୍‌ କରିବାରେ ଲାଗିଛନ୍ତି । ତେବେ ବାରମ୍ବାର ଇସ୍ରୋର ମୁଖ୍ୟ କେ.ଶିବନଙ୍କ ନାଁ ଥିବା ଆକାଉଣ୍ଟରୁ ଟୁଇଟ୍‌ କରାଯାଉଥିବା ଦେଖି ଇସ୍ରୋ ପକ୍ଷରୁ ଅଧିକାରୀକ ଭାବେ ବୟାନ ଜାରି କରାଯାଇଛି।

ସୋମବାର ଇସ୍ରୋ ପକ୍ଷରୁ ଟୁଇଟ୍‌ କରାଯାଇ ଲୋକମାନଙ୍କୁ ସତର୍କ କରାଯିବା ସହ ପ୍ରେସ୍‌ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । କୁହାଯାଇଛି କି, ସୋସିଆଲ ମିଡିଆରେ ଇସ୍ରୋର ମୁଖ୍ୟ କେ.ଶିବନଙ୍କ ଫଟୋ ଲଗାଯାଇ ତାଙ୍କ ନାଁରେ ଅନେକ ନକଲି ଆକାଉଣ୍ଟ ତିଆରି କରାଯାଇଛି ।

କହି ରଖୁଛୁ କି, ସୋସିଆଲ ମିଡିଆରେ କେ.ଶିବନଙ୍କର କୌଣସି ବ୍ୟକ୍ତିଗତ ଆକାଉଣ୍ଟ ନାହିଁ। ନକଲି ଆକାଉଣ୍ଟ ଜରିଆରେ ଯାହା ବି ସୂଚନା ଦିଆଯାଉଛି, ତାହା ଉପରେ ବିଶ୍ୱାସ କରନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>