ଜଗତସିଂହପୁରରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତ କାଳିଆ ମାନ୍ନା ଓରଫ ଲବକୁ ଫାଶୀ ଦଣ୍ଡ ଶୁଣାଇଲେ ଏଡିଜେ କୋର୍ଟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଗଡହରିଶପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ହୋଇଛି । ଅଭିଯୁକ୍ତ ଲବ ମାନ୍ନାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଏଡିଜେ କୋର୍ଟ । ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ମାର୍ଚ୍ଚ ୨୧ତାରିଖରେ ଘଟିଥିଲା ଘଟଣା । ନାବାଳିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ଅଭିଯୁକ୍ତ । ଏହାପରେ ପରିବାରଲୋକ ଅଭିଯୁକ୍ତ ବିରୋଧରେ ଥାନାରେ ଏତଲା ଦାୟର କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ତେବେ ଆଜି ଏଡିଜେ କୋର୍ଟ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>