କେନ୍ଦ୍ରାପଡା: କେନାଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ସାମାବଜାର ନିକଟ କେନାଲରେ ଜଣେ ମହିଳାଙ୍କ ମୃତଦେହ ଭାସୁଥିବାର ଦେଖିଥିଲେ ଗ୍ରାମବାସୀ । ସଙ୍ଗେ ସଙ୍ଗେ ମାର୍ଶାଘାଇ ଥାନାରେ ଜଣାଇବା ପରେ ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚିଥିଲା । ଶବଟିକୁ ପାଣିରୁ ଉଦ୍ଧାର କରିବା ସହ ନିଖୋଜ ଥିବା ମହିଳାଙ୍କ ପରିବାରଲୋକଙ୍କୁ ଚିହ୍ନଟ ପାଇଁ ସୂଚନା ଦେଇଥିଲେ । ମହିଳା ଜଣଙ୍କ ପାଟକୁରା ଥାନା ନାଉଡି ଗ୍ରାମର ରଜନିଗନ୍ଦା ରାଉତ । ସେ ଗତ ଶନିବାରଠାରୁ ନିଖୋଜ ଥିଲେ। ଆଜି ତାଙ୍କ ମୃତଦେହ ମିଳିବା ପରେ ମାର୍ଶାଘାଇ ପୋଲିସ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମହିଳାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>