ଆଜି ଯାଏ ରାସ୍ତା ନିର୍ମାଣ ହୋଇପାରିଲା ନାହିଁ; ଆମ୍ବୁଲାନ୍ସ ନଆସିବାରୁ ପୁଣି ଖଟିଆରେ ବୁହା ହେଲେ ରୋଗୀ

କେନ୍ଦୁଝର: ସବୁବେଳେ ଗୋଟିଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ| ଖଟିଆରେ ବୁହା‌ ହେଉଛନ୍ତି ଗର୍ଭବତୀ ଓ ଗୁରୁତର ରୋଗୀ। ପ୍ରତିବର୍ଷ ବର୍ଷାଦିନେ ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଘଟଣା ବାରମ୍ବାର ଗଣମାଧ୍ୟମ ପ୍ରକାଶ ପାଇବା ସତ୍ତ୍ୱେ ଭି ଅବସ୍ଥାରେ ସୁଧାର ଆସୁନି। ଏଭଳି ଏକ ଗ୍ରାମ ହେଉଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଉପରରାୟଗୋଡ଼ା ପଞ୍ଚା‌ୟତର ଛଡ଼ାଡ଼ିହି। ଆମ୍ବୁଲାନ୍ସ ନଆସିବାରୁ ଆଜି ପୁଣି ଏହି ଗ୍ରାମର ନାମସି ମୁଣ୍ଡା ନାମକ ଜଣେ ଅସୁସ୍ଥ ମହିଳା ଖଟିଆରେ ବୁହା ‌ହୋଇ ଡାକ୍ତରଖାନା ଯାଇଛନ୍ତି। ଛଡ଼ାଡ଼ିହି ଗାଁକୁ ସବୁଦିନିଆ ରାସ୍ତା ନଥିବାରୁ ବର୍ଷ ତମାମ ସ୍ଥାନୀୟ ଲୋକେ ଯାତାୟାତରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଜି ଏହି ଗ୍ରାମର ସୁରେଶ ମୁଣ୍ଡାଙ୍କ ପତ୍ନୀ ନାମସି (୪୦) ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ଆମ୍ବୁଲାନ୍ସ ନ ଆସିବାରୁ ଗାଁ ଲୋକେ ବାଧ୍ୟ ହୋଇ ତାଙ୍କୁ ଏକ ଖଟିଆରେ ବୋହି ନେଇଥିଲେ। ଗାଁରୁ ୫ କିମି ଦୂର ରଇଗୋଡ଼ା ପର୍ଯ୍ୟନ୍ତ ନେବା ପରେ ସେଠାରୁ ଆମ୍ବୁଲାନ୍ସରେ ନାମସିଙ୍କୁ ବାଂଶପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>