ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ, ଦୁର୍ନୀତି ପ୍ରମାଣିତ ହେବା ପରେ ମାସକରେ ବିଦା ହେଲେ ୩୭ ଅଧିକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ୧୬ଜଣ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ସେମାନଙ୍କ ମଧ୍ୟରେ ୫ଜଣ ପ୍ରଧାନଶିକ୍ଷକ, ୪ଜଣ ଇଞ୍ଜିନିୟର, ୨ଜଣ ରେଭିନ୍ୟୁ ଅଫିସର(ଆର୍‌ଆଇ), ଜଣେ ଫାର୍ମାଶିଷ୍ଟ, ଜଣେ ଅମୀନ, ଜଣେ ପଞ୍ଚାୟତ ଇକ୍ଜିକ୍ୟୁଟିଭ୍‌ ଅଫିସର ଏବଂ ୨ଜଣ କିରାଣୀ ଅଛନ୍ତି। ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତ ଏକ ମାସ ମଧ୍ୟରେ ମୁଖ୍ୟମନ୍ତ୍ରୀ ୩୭ଜଣ ଅଧିକାରୀଙ୍କୁ ବରଖାସ୍ତ କରିଥିବା ବେଳେ ୬ଜଣଙ୍କ ପେନ୍‌ସନ ବନ୍ଦ କରିଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>