ଅକ୍ଟୋବର ୪ ରୁ ୭ ଜନତା ମଇଦାନରେ ଦାଣ୍ଡିଆ ନାଇଟ୍‌ସ୍ “କଳିଙ୍ଗ ଗର୍‌ବା ରାସ୍‌”

ଭୁବନେଶ୍ୱର: ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ ଆସନ୍ତା ଅକ୍ଟୋବର ୪ ତାରିଖରୁ ୭ ତାରିଖ ୪ଦିନ ଧରି ଜନତା ମୈଦାନଠାରେ “କଳିଙ୍ଗ ଗର୍‌ବା ରାସ୍‌” ଦାଣ୍ଡିଆ ନାଇଟ୍‌ସ୍ ଆୟୋଜିତ ହେବାକୁ ଯାଉଛି| ଏ ନେଇ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇ ସଂସ୍ଥାର ପ୍ରତିଷ୍ଠାତା ଲିଙ୍କନ୍‌ ସୁବୁଦ୍ଧି କହିଲେ କି, ସ୍ମାର୍ଟ ସିଟିର ସମସ୍ତ ବର୍ଗର ମହିଳା ମାନଙ୍କୁ ଆତ୍ମବିଶ୍ବାସପୁର୍ଣ୍ଣ ମନୋରଞ୍ଜନର ସୁଯୋଗ ଦେବା ସକାଶେ ପ୍ରଥମ ଥର ଲାଗି ଏଭଳି ଏକ କାର୍ଯ୍ୟକ୍ରମ ଆମେ ହାତକୁ ନେଇଛୁ| ପୁଲୱାମା ଆକ୍ରମଣରେ ଶହୀଦଙ୍କ ପରିବାର, ଜଣେ ଦିବ୍ୟାଙ୍ଗ ପରିବାର ଓ ଜଣେ କ୍ୟାନସର ପିଡିତଙ୍କୁ ସହାୟତା ଦେବା ଉଦ୍ଦେଶ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନସାଧାରଣ ବହୁ ସଂଖ୍ୟାରେ ଭାଗ ନେବାକୁ ଆୟୋଜକଙ୍କ ପକ୍ଷରୁ ନିବେଦନ କରାଯାଇଛି| ଏହି କାର୍ଯ୍ୟକ୍ରମରେ ଭାଗନେବାକୁ ମାତ୍ର ୨ ଶହ ଟଙ୍କାରେ ଭୁବନେଶ୍ବରର ଏସ୍‌ପ୍ଲାନେଡ୍‌ ମଲ, ଡିଏନ୍‌ ରେଗାଲିଆ, ଆଇନକ୍ସ୍‌ ସହ ଜନତା ମଇଦାନଠାରେ  ଟିକେଟ୍‌ ମିଳିବ|  ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତି ନମ୍ରତା ଚଢା, ଶ୍ରୀମତୀ ଅହଲ୍ୟା ସୁବୁଦ୍ଧି, ଶ୍ରୀମତୀ ଲୋରା ମହାପାତ୍ର, ଶ୍ରୀମତୀ ଶୁଚିସ୍ମିତା ପୃଷ୍ଟି, ମୀରା ପରିଡା, ମୋନାଲିସା ଗନ୍ତାୟତ ଏବଂ ଓଲିଉଡ୍‌ ଅଭିନେତ୍ରୀ ଅନୁଭା ସୌର୍ଯ୍ୟା, ଆରତୀ ଦେବୀ, ମଧୁଲିତା ପଣ୍ଡା, ଦିପ୍ତୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ|

Sevaprayas2Sevaprayas1

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>